ଭୁବନେଶ୍ୱର: ରାଜ୍ୟ ସରକାର ବୁଧବାର ଓଏଏସ୍ ଅଧିକାରୀଙ୍କ ସ୍ତରରେ ଅଦଳ ବଦଳ କରିଛନ୍ତି । କଟକ ମହାନଗର ନିଗମକୁ ନୂତନ କମିଶନର ମିଳିଛି । ଅନାମ ଚରଣ ପାତ୍ର ସିଏମସିର କମିଶନର ହୋଇଛନ୍ତି । ସେହିପରି କଳ୍ପତରୁ ବେହେରାଙ୍କୁ କଟକ ମହାନଗର ନିଗମ ଅତିରିକ୍ତ କମିଶନର ଭାବେ ଦାୟିତ୍ୱ ମିଳିଛି । ପ୍ରଦୀପ କୁମାର ରାଉତ ଓକାକର ମୁଖ୍ୟ ନିର୍ବାହୀ ଅଧିକାରୀ ହୋଇଛନ୍ତି । ସେପଟେ ରାଜ୍ୟ ସରକାର ରାଜ୍ୟ ବେଆଇନ ନିଶା କାରବାର ଉପରେ ଜୋରଦାର କାର୍ଯ୍ୟାନୁଷ୍ଠାନ କରୁଥିବାବେଳେ ଅଶୋକ କୁମାର ଗଡ଼ତିଆଙ୍କୁ ଅତିରିକ୍ତ ଅବକାରୀ କମିଶନର ଦାୟିତ୍ୱ ମିଳିଛି ।