ବରଗଡ଼ ଜିଲ୍ଲା ପଦ୍ମପୁର ରେଞ୍ଜ ଅନ୍ତର୍ଗତ ବାଦୀମାଲ ଗ୍ରାମର କୃଷ୍ଣଚନ୍ଦ୍ର ମେହେରଙ୍କ ଘର ବାରିପଟୁ ଏକ ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର । କୃଷ୍ଣଚନ୍ଦ୍ର ନିଜ ବାରିପଟ ବଜ୍ରକାପ୍ତା ଦେଖିବାପରେ ପଦ୍ମପୁର ବନ ବିଭାଗକୁ ଖବର ଦେଇଥିଲେ । ଖବରପାଇ ପଦ୍ମପୁର ଡେପୁଟି ରେଞ୍ଜର ସୁଦାମ ଜଗଦଲାଙ୍କ ନିର୍ଦ୍ଦେଶ କ୍ରମେ ଏକ ଟିମ ବାଦୀମାଲକୁ ଯାଇ ଉକ୍ତ ବଜ୍ରକାପ୍ତାକୁ ଉଦ୍ଧାର କରିଥିଲେ ।
ସୂଚନା ଅନୁଯାୟୀ ବଜ୍ରକାପ୍ତାର ଓଜନ ୫କେଜି ୫୦୦ଗ୍ରାମ ରହିଥିବା ବେଲେ ଲମ୍ବ ୨ ଫୁଟ ୪ ଇଞ୍ଚ ରହିଛି । ବଜ୍ରକାପ୍ତାର ଡାକ୍ତର ମାଇନା ପରେ ଗନ୍ଧମାର୍ଦ୍ଦନ ଜଙ୍ଗଲରେ ଛାଡି ଦିଆଯିବ ବୋଲି ଡେପୁଟି ରେଞ୍ଜର ସୂଚନା ଦେଇଛନ୍ତି ।