ଯାଜପୁର:ଓଭର୍ ବ୍ରିଜ୍ ଉପରୁ ଅଜଣା ବ୍ୟକ୍ତିଙ୍କ କ୍ଷତାକ୍ତ ମୃତଦେହ ଉଦ୍ଧାର ହୋଇଛି । ଯାଜପୁର ଧର୍ମଶାଳାରେ ଘଟିଛି ଏପରି ଘଟଣା । ଧର୍ମଶାଳା ଥାନା ଏନ୍ଏଚ୍-୧୬ ଗୋକର୍ଣ୍ଣେଶ୍ୱର ବ୍ରିଜ୍ରୁ ମିଳିଲା ମୃତଦେହ ଉଦ୍ଧାର ହୋଇଛି ହେଲେ ମୃତଦେହଟି କାହାର ସେ ପରିଚୟ ମିଳିପାରିନାହିଁ । ବ୍ୟକ୍ତି ଜଣକୁ ହତ୍ୟା ପରେ କେହି ମୃତ ଶରୀରକୁ ଫିଙ୍ଗି ଦେଇଥିବା ଅନୁମାନ କରାଯାଇଛି । ଖବର ପାଇଁ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି ।