କନ୍ଧମାଳ ଜିଲ୍ଲା ମିଡିଆ ଫୋରମ ପକ୍ଷରୁ ସଭାପତି ସୂର୍ଯ୍ୟ ନାରାୟଣ ବେହେରାଙ୍କ ନେତୃତ୍ବରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଫୁଲବାଣୀ ବନଖଣ୍ଡ ଅଧିକାରୀ ପ୍ରଶାନ୍ତ କୁମାର ପଟେଲ ଯୋଗଦେଇଥିଲେ। ମାଦିକୁନ୍ଦା ଛକ ଠାରେ ଏବଂ ୧୨ ନମ୍ବର ୱାର୍ଡର ନଦୀ କୂଳରେ ଥିବା ପଠା ଉପରେ ବୃକ୍ଷ ରୋପଣ ହେଉଥିବାରୁ ଫୋରମର ସମସ୍ତ କର୍ମକର୍ତ୍ତାଙ୍କୁ ଧନ୍ୟବାଦ ଦେବା ସହ ବୃକ୍ଷ ରୋପଣର ଉଦ୍ଦେଶ୍ୟ ଓ ଲକ୍ଷ୍ୟ ଉପରେ ବକ୍ତବ୍ୟ ରଖିଥିଲେ। ଏଥିସହିତ ଏପରି ପ୍ରତିବର୍ଷ ଜିଲ୍ଲାରେ ବିଭିନ୍ନ ସ୍ଥାନରେ ଖାଲି ଥିବା ସ୍ଥାନ ମାନଙ୍କରେ ଗୋଟିଏ ବୃକ୍ଷ ରୋପଣ କାର୍ଯ୍ୟକ୍ରମ କରିବା ପାଇଁ ପରାମର୍ଶ ଦେଇଥିଲେ। ଅନ୍ୟତମ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ରମେଶ ଚନ୍ଦ୍ର ଜେନା ଯୋଗ ଦେଇ ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ସମ୍ବନ୍ଧରେ ଆଲୋକପାତ କରିଥିଲେ। ଫୁଲବାଣୀ ପୌରପରିଷଦ ଅଧ୍ୟକ୍ଷା ପାୟଲ ବେହେରା ଓ ଫୁଲବାଣୀ ରେଞ୍ଜ ବନଖଣ୍ଡ ଅଧିକାରୀ ଶିବାନନ୍ଦ ଲେଙ୍କା ଯୋଗଦେଇ ୧୨ ନମ୍ବର ୱାର୍ଡରେ ବୃକ୍ଷରୋପଣ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ମିଡିଆ ଫୋରମର ସମ୍ପାଦକ ଶିବ ବିଶ୍ଵାଳ, ସୁନିଲ ବିଶ୍ୱାଳ, ଅଜିତ ମହାରଣାଙ୍କ ସମେତ ବହୁ ସାମ୍ବାଦିକ ଉପସ୍ଥିତ ଥିଲେ।