ପୁରୀ: ଶ୍ରୀମନ୍ଦିର ସୁରକ୍ଷାରେ ପୁଣି ତ୍ରୁଟି ସାମ୍ନାକୁ ଆସିଛି । ଜଣେ ଶ୍ରଦ୍ଧାଳୁ ମନ୍ଦିର ଭିତରେ ମୋବାଇଲ୍ ଧରି ଯାଇଥିବା ଅଭିଯୋଗ ହୋଇଛି । ଆନନ୍ଦବଜାରରେ ଜଣେ ବ୍ୟକ୍ତି ମୋବାଇଲରେ କାହା ସହ ବାର୍ତ୍ତାଳାପ କରୁଥିବା ଫଟୋ ଭାଇରାଲ୍ ହୋଇଛି । ଯାହାକୁ ନେଇ ବୁଦ୍ଧିଜୀବୀଙ୍କ ମହଲରେ ତୀବ୍ର ଅସନ୍ତୋଷ ବୃଦ୍ଧି ପାଇଛି ।
ପୂର୍ବରୁ ଅନେକ ଥର ମଧ୍ୟ ଶ୍ରୀମନ୍ଦିରର ସୁରକ୍ଷାରେ ତ୍ରୁଟି ଦେଖା ଦେଇଛି । ବାରମ୍ବାର ସ୍ପାଏ କ୍ୟାମେରା ଏବଂ ମୋବାଇଲ ମଧ୍ୟ ମିଳିଛି । ସୁରକ୍ଷାରେ ଢିଲା ଯୋଗୁଁ ଏଭଳି ଘଟଣା ବାରମ୍ବାର ଘଟୁଥିବା ଅଭିଯୋଗ ହୋଇଛି ।