ଖୁବଶୀଘ୍ର ବଦଳିବ ଚନ୍ଦ୍ରଭାଗା ବେଳାଭୂମିର ରୂପରେଖ । ନବୀକରଣ ପରେ ଗୋଆ ଓ ପଣ୍ଡିଚେରୀ ପରି ଝଲସି ଉଠିବ ଚନ୍ଦ୍ରଭାଗା ଉପକୂଳ । ଯାହାର ଭରପୁର ମଜା ଉଠାଇବେ ପର୍ଯ୍ୟଟକ ।
ରାମଚଣ୍ଡୀ ପୀଠ ଓ କୋଣାର୍କ ମୁଖ୍ୟ ରାସ୍ତାର କାର୍ଯ୍ୟ ଅଧା ହୋଇଥିବା ବେଳେ ଆସନ୍ତା କୋଣାର୍କ ମହୋତ୍ସବ ପୂର୍ବରୁ ଆଉ କିଛି କାର୍ଯ୍ୟ ଶେଷ ହୋଇଯିବ। କୋଣାର୍କ ମହୋତ୍ସବ ଯିବାପରେ ମାତ୍ର ଦୁଇ ମାସ ମଧ୍ୟରେ ପର୍ଯ୍ୟଟକମାନେ ଦେଖିବେ ଚନ୍ଦ୍ରଭାଗାର ନୂଆ ରୂପ। ଏଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ନବୀକରଣ କାର୍ଯ୍ୟ ଦ୍ରୁତ ଗତିରେ ଚାଲିଛି। ଏନେଇ ପର୍ଯ୍ୟଟନ ବିଭାଗର ଯୁଗ୍ମ ନିର୍ଦ୍ଦେଶକ ଶରୋଜ କୁମାର ସ୍ଵାଇଁ ସୂଚନା ଦେଇଛନ୍ତି।