ଓଡ଼ିଆ ଭାଷା ସଂଗୀତକୁ ନେଇ ରବିବାର ଭୁବନେଶ୍ୱର ଜୟଦେବ ଭବନଠାରେ ସମ୍ପୂର୍ଣ୍ଣ ସଂଗୀତଟିର ଶୁଭ ଉନ୍ମୋଚନ ହୋଇଯାଇଛି । ଓଡ଼ିଆ ଭାଷା ଉପରେ ପ୍ରସ୍ତୁତ ହୋଇଥିବା ସଂଗୀତର ସଂକଳ୍ପ ଓ ରଚନା କରିଛନ୍ତି ଶୁଭ୍ରାଂଶୁ ପଣ୍ଡା । ଗୀତଟିକୁ ଗାଇଛନ୍ତି ଓଡ଼ିଆ ଗୀତିକାର ଅଭିଜିତ ମିଶ୍ର । ପ୍ରତ୍ୱେକଟି ଓଡ଼ିଆଙ୍କ ମନରେ ଏହି ଗୀତଟି ପ୍ରୋତ୍ସାହିତ କରିବା ସହ ଓଡ଼ିଆ ଭାଷାକୁ ନେଇ ପ୍ରେରଣା ଦେବ ବୋଲି ପ୍ରତିକ୍ରିୟା ଦେଇଛନ୍ତି ଶୁଭ୍ରାଂଶୁ ପଣ୍ଡା । ଉତ୍କଳ ଦିବସ ପୂର୍ବରୁ ଓଡ଼ିଆଙ୍କ ପାଇଁ ଏହି ଗୀତଟି ଉନ୍ମୋଚନ ହୋଇଥିବାବେଳେ ଏହି କାର୍ଯ୍ୟକ୍ରମରେ ପ୍ରଣବ କିଶୋର ପଟ୍ଟନାୟକ, ଦେବଦାସ ଛୋଟରାୟ ଏବଂ ତନୟା ପଟ୍ଟନାୟକ ଅତିଥି ରୂପେ ଯୋଗ ଦେଇଥିଲେ । ଏହି ଗୀତଟିର ଅବଧି ୬ ମିନିଟ ୪୦ ସେକେଣ୍ଡ ରହିଛି । ଓଡ଼ିଆ ଭାଷାର ଉତ୍ପତିଠୁ ନେଇ ଓଡ଼ିଆ ଭାଷାର ବିକାଶ ଉପରେ ଏହି ଗୀତଟି ରଚନା କରାଯାଇଛି । ଓଡିଶା ଇତିହାସରେ ଓଡ଼ିଆ ଭାଷାର ଗୁରୁତ୍ୱ ଉପରେ ମୁଖ୍ୟ ଭୂମିକା ଗ୍ରହଣ କରିଥିବା ବ୍ୟକ୍ତି , ରୀତିଯୁଗୀୟ କବିଙ୍କ ବିଷୟରେ ଏହି ଗୀତରେ ସଂକ୍ଷିପ୍ତରେ ବର୍ଣ୍ଣନା କରାଯାଇଛି । ଉନ୍ନବିଂଶ ଶତାବ୍ଦୀର ଭାଷା ଆନ୍ଦୋଳନ ଠାରୁ ଆରମ୍ଭ କରି ଓଡ଼ିଆ ଭାଷା କିଭଳି ଶିଳାଲିପି ଠାରୁ ନେଇ ବର୍ତ୍ତମାନ ପର୍ଯ୍ୟନ୍ତ ଡିଜିଟାଲ ଯୁଗରେ ପହଞ୍ଚିଛି ସେ ନେଇ ଏହି ଗୀତ ବର୍ଣ୍ଣନା କରାଯାଇଛି ।
ଅଧିକ ପଢନ୍ତୁ : ବିଜେଡି ଛାଡ଼ିଲେ ସନ୍ଧ୍ୟାବତୀ ପ୍ରଧାନ