ସମ୍ବଲପୁର ଜିଲ୍ଲା ରେଢାଖୋଲ ଥାନା ଲୁକାପାଲିରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଏକ ଘରୁ ଜଣେ କନିଷ୍ଠ କିରାଣୀଙ୍କର ମୃତଦେହ ଉଦ୍ଧାର କରାଯାଇଛି । ମୃତକ ଜଣଙ୍କ ନାଁ କ୍ଷୀରୋଦ ବଳ ବୋଲି ଜଣାପଡିଛି । ସୂଚନା ଅନୁସାରେ କ୍ଷୀରୋଦଙ୍କ ଘର ଲୋକ ସମ୍ବଲପୁରରେ ରହିଥିବା ବେଳେ ସେ ଲୁକାପାଲିରେ ଥିବା ଏକ ଭଡା ଘରେ ରହୁଥିଲେ । କିନ୍ତୁ ଆଜି କ୍ଷୀରୋଦ ରହୁଥିବା ଘରୁ ତାଙ୍କର ମୃତଦେହ ପଡିଥିବା ଦେଖିବାକୁ ମିଳିଛି । ଏବଂ କ୍ଷୀରୋଦ ଖଟ ଉପରେ ମୁହଁ ମାଡି ପଡିଥିବା ବେଳେ ତାଙ୍କ ପାଖରେ ଏକ ଷ୍ଟାଣ୍ଡ ଫ୍ୟାନ ଭାଙ୍ଗିରୁଜି ପଡିଥିବା ଦେଖିବାକୁ ମିଳିଛି । ତେବେ କ୍ଷୀରୋଦଙ୍କର ମୃତଦେହ ଏପରି ପଡିଥିବାର ଦେଖି ପାଖଲୋକ ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣା ସ୍ଥଳରେ ପହଂଚି ସ୍ଥିତି ଯାଂଚ କରିବା ସହିତ କ୍ଷୀରୋଦଙ୍କ ମୃତ୍ୟୁ କେମିତି ହୋଇଛି, ତାହା ଜଣାପଡ଼ିନାହିଁ। ପୁଲିସ ଘଟଣାର ତଦନ୍ତ କରୁଥିବା ବେଳେ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ତାଙ୍କ ମୃତ୍ୟୁର ପ୍ରକୃତ କରାଣ ଜଣାପଡ଼ିବ।