ରାଉକେଲା: ଲ୍ୟାଣ୍ଡମାଇନ୍ ବିସ୍ଫୋରଣରେ ଗୁରୁତର ହୋଇଥିବା ଯବାନ ସହିଦ ହୋଇଛନ୍ତି । ରାଉରକେଲାର ଏକ ଘରୋଇ ମେଡ଼ିକାଲରେ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଛନ୍ତି । ସହିଦ ଯବାନ ହେଲେ ହେଡ୍ କନଷ୍ଟେବଲ୍ ମହେନ୍ଦ୍ର ଲସ୍କର ।
ଗତକାଲି ଅପରାହ୍ନରେ ସୁନ୍ଦରଗଡ଼ା ଜିଲ୍ଲା ସୀମାନ୍ତ ଝାଡ଼ଖଣ୍ଡର ସରଣ୍ଡା ଜଙ୍ଗଲରେ ଜରେଇକେଲା ଥାନା ସମଠା ଅଞ୍ଚଳରେ କୁମ୍ବିଂ ଅପରେସନ୍ କରୁଥିବାବେଳେ ଲ୍ୟାଣ୍ଡମାଇନ୍ ବିସ୍ଫୋରଣରେ ସିଆରପିଏଫ୍ ଯବାନମାନେ ଗୁରୁତର ହୋଇଥିଲେ । ଇନସ୍ପେକ୍ଟର କେ.କେ. ମିଶ୍ର, ଏସ୍ଆଇ ରାମକୃଷ୍ଣ ଗାଗରାଇ ଏବଂ କନେଷ୍ଟେବଳ ମହେନ୍ଦ୍ର କୁମାର ଲସ୍କର ଗୁରୁତର ହୋଇଥିଲେ । ସମସ୍ତଙ୍କ ପ୍ରଥମେ ଝାଡ଼ଖଣ୍ଡର ସରକାରୀ ମେଡ଼ିକାଲ ଏବଂ ପରେ ରାଉରକେଲା ସ୍ଥାନାନ୍ତର କରାଯାଇଥିଲା । ମାତ୍ର ଡାକ୍ତରଙ୍କ ଶତ ଚେଷ୍ଟା ସତ୍ତ୍ୱେ ହେଡ୍ କନଷ୍ଟେବଳ ମହେନ୍ଦ୍ର ଲସ୍କର ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଆଜି ଭୋର ପ୍ରାୟ ଚାରିଟା ବେଳେ ମୃତ୍ୟୁ ହୋଇଥିବା ସୂଚନା ହସ୍ତଗତ ହୋଇଛି। ଅନ୍ୟପକ୍ଷରେ ଅନ୍ୟ ଦୁଇ ଗୁରୁତର ଇନସ୍ପେକ୍ଟର କେ.କେ. ମିଶ୍ର ଏବଂ ଏସ୍ଆଇ ରାମକୃଷ୍ଣ ଗାଗରାଇ ଚିକିତ୍ସିତ ହେଉଛନ୍ତି ।