ଢେଙ୍କାନାଳ ହିନ୍ଦୋଳ ଥାନା ଅନ୍ତର୍ଗତ ନୁଆବଗ ଗାଁ ନିକଟରେ ଗୁଳିମାଡରେ ଯୁବକ ମୃତ।ମୃତକ ଯୁବକ ହେଲେ ହିନ୍ଦୋଳ ପାଟଲା ଗାଁର ସୁବାଷ ସାହୁ।ସୁବାଷ କୌଣସି କାମ ପାଇଁ ନୁଆବଗ ଗାଁକୁ ଆସିଥିବା ବେଳେ ଦୁଇ ଜଣ ଦୃର୍ବୃତ୍ତ ତାଙ୍କୁ ଗୁଳିମାଡ କରିଥିଲେ।ଫଳରେ ସୁବାଷ ଘଟଣାସ୍ଥଳରେ ଖସି ପଡିଥିଲେ।ପରେ ତାଙ୍କୁ ହିନ୍ଦୋଳ ମେଡିକାଲକୁ ନିଆଯାଇଥିଲା।ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।ଏନେଇ ହିନ୍ଦୋଳ ପୋଲିସ ପକ୍ଷରୁ ଛାନଭିନ ଜାରି ରହିଛି।ଦୁଇ ଜଣ ଦୃର୍ବୃତ୍ତଙ୍କ ମଧ୍ୟରୁ ଜଣଙ୍କୁ ପୋଲିସ ଅଟକ ରଖିଥିବା ସୁଚନା ମିଳିଛି।