ଭୁବନେଶ୍ୱର : ରାଜ୍ୟକୁ ପୁଣି ଧୀରେ ଧୀରେ ଶୀତର ଲେଉଟାଣି। ପ୍ରବଳ ଜାଡରେ ଥରୁଛି ଓଡ଼ିଶା। ୧୦ ଡିଗ୍ରୀ ତଳେ ୧୧ ସହରର ତାପମାତ୍ରା। ଘନ କୁହୁଡି ପାଇଁ ୧୧ ଜିଲ୍ଲାକୁ ଜାରି ହୋଇଛି ୟେଲୋ ଆଲର୍ଟ। ଦୁଇ ଦିନ ପର୍ଯ୍ୟନ୍ତ ରାତି ତାପମାତ୍ରାରେ ପରିବତ୍ତନ ହେବନି ବୋଲି ପାଣିପାଗ ବିଭାଗ ପୂର୍ବରୁ ଆକଳନ କରାଯାଇଛି। ପଶ୍ଚିମା ଝଡ଼ ପ୍ରଭାବରେ ରାଜ୍ୟକୁ ହାଡ଼ଭଙ୍ଗା ଶୀତ ଫେରିବା ସହ ଶୀତଲହରୀ ପରିସ୍ଥିତି ଲାଗି ରହିବ ବୋଲି ପୂର୍ବାନୁମାନ କରାଯାଇଛି। ଏପଟେ ମୟୂରଭଞ୍ଜ ଓ କନ୍ଧମାଳର ବିଭିନ୍ନ ସ୍ଥାନରେ ତୁଷାରପାତ ହୋଇଛି।
ଅନ୍ୟପଟେ ଆସନ୍ତା ୨୦ ତାରିଖ ଯାଏ ଶୀତ ଲହରୀ ଜାରି ରହିବ। ରାତି ତାପମାତ୍ରା ଆହୁରି ୨ ଡିଗ୍ରୀ ଖସିଯିବାର ମଧ୍ୟ ଆଶଙ୍କା ରହିଛି। ଉତ୍ତର ତଥା ଉତ୍ତର ପଶ୍ଚିମ ଦିଗରୁ ଥଣ୍ଡା ଶୁଷ୍କ ବାୟୁ ପ୍ରବାହ ରେ ତୀବ୍ରତା ଵୃଦ୍ଧି ହେବା ସହ ଜଳୀୟବାଷ୍ପର ପରିମାଣ ହ୍ରାସ ଯୋଗୁଁ ଶୀତର ପ୍ରକୋପ ଵୃଦ୍ଧି ସମ୍ଭାବନା ରହିଛି। ବଢୁଥିବା ଶୀତ ତଥା ଘନ କୁହୁଡ଼ିକୁ ଦେଖି ଗାଡି ଚାଳକଙ୍କୁ ସୁରକ୍ଷିତ ଭାବେ ଗାଡି ଚାଳନା କରିବା ପାଇଁ ପ୍ରଶାସନ ପକ୍ଷରୁ ସଚେତନତା ଜାରି ହୋଇଛି।
ଅଧିକ ପଢନ୍ତୁ : ‘ରାଜାରାଣୀ ସଙ୍ଗୀତ ଉତ୍ସବ’କୁ ଉଦଘାଟନ କଲେ କେନ୍ଦ୍ରମନ୍ତ୍ରୀ