ଜି.ଉଦୟଗିରି : କନ୍ଧମାଳରେ ଖସୁଛି ପାରଦ। ହାଡ଼ ଭଙ୍ଗା ଶୀତରେ ଥରୁଛନ୍ତି କନ୍ଧମାଳବାସୀ। ଛୋଟରୁ ବୟସ୍କ ପର୍ଯ୍ୟନ୍ତ ସମସ୍ତେ ଏହି ଶୀତରେ କଲବଲ ହେଉଛନ୍ତି। ତେବେ ଜି.ଉଦୟଗିରି ଅଞ୍ଚଳରେ ହଠାତ୍ କିଛି ଦିନ ହେଲା ପାରଦ ପୁଣି ତଳମୁହାଁ ହୋଇଛି। ଫଳରେ କୋହଲା ପବନ ସାଙ୍ଗକୁ ଅସହ୍ୟ ଜାଡ ଅନୁଭୂତ ହେଉଛି। ବର୍ତ୍ତମାନ ୨.୬ ଡିଗ୍ରୀରେ ଥରୁଛି ଜି.ଉଦୟଗିରି। ଏପରିକି ୨.୬ ରହିଥିବା ବେଳେ ଫୁଲବାଣୀରେ ୬.୧ ଡିଗ୍ରୀ ଓ ଦାରିଙ୍ଗବାଡିରେ ୯ ଡିଗ୍ରୀ ସେଲସିୟସ ସର୍ବନିମ୍ନ ତାପମାତ୍ରା ରେକର୍ଡ କରାଯାଇଛି। ତେବେ ଶୀତ ଦାଉରୁ ରକ୍ଷା ପାଇବା ପାଇଁ ଜି.ଉଦୟଗିରି ସହର ସମେତ ଆଖପାଖ ଅଞ୍ଚଳରେ ଲୋକେ ନିଆଁ ଜଳୁଥିବା ଦେଖିବାକୁ ମିଳିଛି। ଦୁଇ ଦିନ ପର୍ଯ୍ୟନ୍ତ ରାତି ତାପମାତ୍ରାରେ ପରିବର୍ତ୍ତନ ହେବନି ବୋଲି ପାଣିପାଗ ବିଭାଗ ପୂର୍ବରୁ ଆକଳନ କରାଯାଇଛି। ପଶ୍ଚିମା ଝଡ଼ ପ୍ରଭାବରେ ରାଜ୍ୟକୁ ହାଡ଼ଭଙ୍ଗା ଶୀତ ଫେରିବା ସହ ଶୀତଲହରୀ ପରିସ୍ଥିତି ଲାଗି ରହିବ ବୋଲି ପୂର୍ବାନୁମାନ କରାଯାଇଛି।
ଅଧିକ ପଢନ୍ତୁ : ରାଜ୍ୟକୁ ପୁଣି ଶୀତର ଲେଉଟାଣି ,୧୦ ଡିଗ୍ରୀ ତଳେ ୧୧ ସହର