ଭୁବନେଶ୍ୱର : ରାଜ୍ୟରେ ଜାରି ରହିଛି ଶୀତର ଲହରୀ। ଆଜି ସକାଳୁ ଟ୍ବିନସିଟି ସମେତ ରାଜ୍ଯର ଅନେକ ସ୍ଥାନରେ ଆକାଶ ମେଘୁଆ ରହିବା ସହ ହାଲୁକା ବର୍ଷା ଅନୁଭୂତ ହୋଇଛି ।
ପାଣିପାଗ ବିଭାଗର ସୂଚନା ଅନୁସାରେ ତାମିଲନାଡୁ ଓ ଶ୍ରୀଲଙ୍କା ଉପକୂଳରେ ହେବାକୁ ଥିବା ବାତ୍ୟା 'ପେଙ୍ଗଲ' ପ୍ରଭାବରେ ରାଜ୍ୟରେ କାଁ ଭାଁ ସ୍ଥାନରେ ବର୍ଷା ହୋଇପାରେ । ଉପକୂଳ ଏବଂ ଦକ୍ଷିଣ ଓଡିଶାରେ କାଁ ଭାଁ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି । ଶୁକ୍ରବାର ଏବଂ ଶନିବାର ଯାଜପୁର, କେନ୍ଦ୍ରାପଡା, ଜଗତସିଂହପୁର, ପୁରୀ, କଟକ, ଖୋର୍ଦ୍ଧା, ଗଂଜାମ, ନୟାଗଡ, ଗଜପତି, ଗଂଜାମ , କୋରାପୁଟ୍, ମାଲକାନଗିରି ଜିଲ୍ଲାର ଗୋଟିଏ ୨ ଟି ଜାଗାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ବାକି ଅଞ୍ଚଳରେ ପାଗ ମୁଖ୍ଯତ ଶୁଖିଲା ରହିବ। ସୁନ୍ଦରଗଡ, କେନ୍ଦୁଝର,କନ୍ଧମାଳ ଓ କଳାହାଣ୍ତିରେ ଗୋଟିଏ ଦୁଇଟି ସ୍ଥାନରେ ମଧ୍ୟମ ଧରଣର କୁହୁଡି ହୋଇପାରେ।