ରାୟଗଡା ; ପୁଣି ଭିଜିଲାନ୍ସ ଜାଲରେ ଆଉ ଜଣେ ସରକାରୀ ବାବୁ। ଲ୍ୟାମ୍ପସର ଆର୍ଥିକ ଅନିୟମିତତା ଅଭିଯୋଗରେ ରାୟଗଡା ଭିଜିଲାନ୍ସର ଚଢ଼ାଉ। ଲ୍ୟାମ୍ପସ୍ ପରିଚାଳକ ତାରିଣୀ ପ୍ରସାଦ ତ୍ରିପାଠୀଙ୍କ ଘରେ ଏବଂ ଉଭୟ ସ୍ଥାନରେ ଚଢ଼ାଉ କରିଛି। ସେଠାରେ ଥିବା ସମସ୍ତ କାଗଜପତ୍ର ମଧ୍ୟ ଭିଜିଲାନ୍ସ ହସ୍ତାନ୍ତର କରି ତଦନ୍ତ ଆରମ୍ଭ କରିଛି। ଏହାସହିତ ଲ୍ୟାମ୍ପସ୍ ପରିଚାଳକ ତାରିଣୀ ପ୍ରସାଦଙ୍କୁ ସମସ୍ତ ଅଭିଯୋଗ ବାବଦରେ ପଚରାଉଚରା ମଧ୍ୟ କରୁଛି।
ସୂଚନା ଅନୁସାରେ, ଲ୍ୟାମ୍ପସ୍ ପରିଚାଳକ ତାରିଣୀ ପ୍ରସାଦ ତ୍ରିପାଠୀ ଲ୍ୟାମ୍ପସର ପରିଚାଳନା,ପାଚେରୀ ନିର୍ମାଣ ଓ ମରାମତିରେ ଲକ୍ଷାଧିକ ଟଙ୍କା ହଡପ କରିଥିବା ନେଇ ଭିଜିଲାନ୍ସରେ ଅଭିଯୋଗ କରାଯାଇଥିଲା। ତେବେ ପାଖାପାଖି ୭୦ଲକ୍ଷ ଟଙ୍କାରୁ ଉର୍ଦ୍ଦ ଟଙ୍କା ଆତ୍ମସାତ୍ ହୋଇଥିବା ଅଭିଯୋଗ ମଧ୍ୟ ହୋଇଥିଲା। ତେଣୁ ଅଭିଯୋଗକୁ ଆଧାର କରି ଭିଜିଲାନ୍ସର ଏକ ସ୍ୱତନ୍ତ୍ର ଟିମ ଗଠନ କରାଯାଇ ଆଜି ସକାଳୁ ଲ୍ୟାମ୍ପସ୍ ପରିଚାଳକ ତାରିଣୀ ପ୍ରସାଦଙ୍କ ଘରେ ପ୍ରଥମେ ଚଢ଼ାଉ କରାଯାଇଛି।
ତେବେ ବହୁ ପୂର୍ବରୁ ଲ୍ୟାମ୍ପସରେ ଅନିୟମିତତା ହେଉଥିବା ନେଇ କଲ୍ୟାଣସିଂହପୁର ଅଞ୍ଚଳର ଚାଷିମାନେ ଜଣାଇବାକୁ ପାଇବା ପରେ ତୁରନ୍ତ ଜିଲ୍ଲାପାଳଙ୍କୁ ସାକ୍ଷାତ କରି ଏକ ଲିଖିତ ଅଭିଯୋଗ କରିଥିଲେ। ଏହି ଅଭିଯୋଗକୁ ଆଧାର କରି ବିଭାଗ ପକ୍ଷରୁ ଏଆରସିଏସ୍ ଜନ୍ମୋଜୟ ମହାପାତ୍ର ତଦନ୍ତ କରିଥିଲେ। ତେବେ ଟଙ୍କା ଲେଣଦେଣ ଓ ପରିଚାଳନା କ୍ଷେତ୍ରରେ ଆର୍ଥିକ ଅନିୟମିତତା ହୋଇଥିବା ଜଣାପଡିଥିଲା। ସେହିପରି କେତେ ଟଙ୍କା ଖର୍ଚ୍ଚ ହୋଇଛି ତାହା ବ୍ୟାଙ୍କ ଏକାଉଣ୍ଟରୁ ତାଳମେଳ ହୋଇନଥିଲା। ତେଣୁ ଏବେ ଏ ଘଟଣାକୁ ଭିଜିଲାନ୍ସ ତଦନ୍ତ କରୁଛି।