ଶୀତଦିନ ଆସିଲେ ଖାଉଟି ଅନେଇ ବସିଥାନ୍ତି ପାରିବ ଦର ଟିକିଏ ଶସ୍ତା ହେବ କିନ୍ତୁ ପରିସ୍ଥିତି ସମ୍ପୂର୍ଣ୍ଣ ବିପରୀତ । ଦିନକୁ ଦିନ ପାରିବ ଦର କମିବ କଣ ବଢ଼ିବାରେ ଲାଗିଛି। ସେପଟେ ଘରୋଇ ସାମଗ୍ରୀ ର ଦର କମୁନଥିବାରୁ ଚିନ୍ତାରେ ଖାଉଟି । ଏବେ ଅଧିକାଂଶ ପରିବାର ଦର ୬୦ ଟଙ୍କା ରୁ ୮୦ ଟଙ୍କା ରହିଛି । ଯଦି ଟ୍ରକ ଧର୍ମଘଟ ଲାଗିରହେ ତେବେ ଏହା ପରିବା ଦର ଉପରେ ଆହୁରି ପ୍ରଭାବ ପକାଇବ।
ସୂଚନା ମୁତାବକ ମାର୍କେଟ୍ ରେ ଜହ୍ନି, ବାଇଗଣ, ଗାଜର, ଶିମ୍ବ, ଝୁଡ଼ଙ୍ଗ, ମଟର, କଲରା ଆଦିର ଦର ୬୦ ଟଙ୍କା ରହିଛି । ପୋଟଳ, କ୍ୟାପ୍ସିକମ, ସଜନା ଛୁଇଁ ଓ କଞ୍ଚାଲଙ୍କା ଦର ୧୦୦ ଟଙ୍କା ଉପରକୁ ରହିଛି । କାକୁଡି, ବନ୍ଧା କୋବି ଓ ଫୁଲ କୋବି ଦର ୪୦ ଟଙ୍କା ରହିଛି । ଏହା ବାଦେ ପିଆଜ ୪୦ ଆଳୁ ୨୦ ଭଣ୍ଡା ୩୦ ରହିଛି । ବେପାରୀ ମନଇଚ୍ଛା ଦର ଡାକୁଛନ୍ତି ଯାହାଫଳରେ ଗ୍ରାହକ ହଇରାଣ ହେଉଛନ୍ତି । ଟ୍ରକ ଧର୍ମଘଟ ଅବଧି ଯଦି ବଢିବ ତେବେ ପରିବା ଦର ମଧ୍ୟ ବଢ଼ିବାର ଅନୁମାନ କରାଯାଉଛି । ତେବେ ବଜାର ବିଶେଷଜ୍ଞଙ୍କ କହିବା କଥା ଖାଉଟି ଦରକାର ଠାରୁ ଅଧିକ ଜିନିଷ କିଣନ୍ତୁ ନାହିଁ ଯାହା ଫଳରେ କଳାବଜାରି ଓ ଅଯଥା ଦର ବୃଦ୍ଧିକୁ ରୋକାଯାଇ ପରିବା ।
ଅଧିକ ପଢନ୍ତୁ : ଅଲ୍ ରାଉଣ୍ଡର @୬୫