କଟକ : ମହାନଦୀରେ ବୁଡି ଗଲା ଦୁଇ ନାବାଳକଙ୍କ ଜୀବନ । କଟକ ଯୋବ୍ରା ଆନିକଟ ନିକଟ ମହାନଦୀରେ ବୁଡି ଦୁଇ ନାବାଳକଙ୍କ ମୃତ୍ୟ ଘଟିଛି । ମୃତକମାନେ ହେଲେ ସୌମ୍ୟରଂଜନ ବେହେରା ଓରଫ ସାଈ ଓ ଶ୍ରୀଶାନ୍ତ ଜେନା ଓରଫ ପିଙ୍କୁନ୍ ।
ସୂଚନା ଅନୁଯାୟୀ ଗୁରୁବାର ମଧ୍ୟାହ୍ନ ସମୟରେ ଏହି ଅଭାବନୀୟ ଘଟଣା ଘଟିଛି । ସ୍ଥାନୀୟ ନଦୀକୂଳ ସାହି ର ୬ ଜଣ ନାବାଳକ ମହାନଦୀକୁ ଗାଧେଇବା ପାଇଁ ଆସିଥିଲା ବେଳେ । ହଠାତ ୪ ଜଣ ପାଣି ରେ ବୁଡିଯାଇଥିଲେ । ସେଥିରୁ ଦୁଇ ଜଣ ଙ୍କୁ ସ୍ଥାନୀୟ ଡ଼ଙ୍ଗା ଚାଳକ ଓ ଅଗ୍ନିଶମ ବାହିନୀ ଉଦ୍ଧାର କରିଥିଲା ବେଳେ ଦୁଇ ଜଣ ପାଣି ରେ ନିଖୋଜ ହୋଇଯାଇଥିଲେ । କିଛି ସମୟ ଖୋଜାଖୋଜି କରିବା ପରେ ଉଭୟ ସାଇ ଓ ପିଙ୍କୁନ ଙ୍କୁ ଅଚେତ ଭାବରେ ଉଦ୍ଧାର କରିଥିଲା ଟିମ । ସଙ୍ଗେସଙ୍ଗେ ଏସସିବି ମେଡିକାଲରେ ଭର୍ତି କରାଯାଇଥିଲା ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ବିଗତ ବର୍ଷ ମାନଙ୍କରେ ମହାନଦୀର ଏହି ସ୍ଥାନରେ ଅନେକ ଘଟଣା ଘଟିଛି । ଯେଉଁଥିପାଇଁ ଅନେକ ପ୍ରାଣ ମଧ୍ୟ ଯାଇଛି । ତେଣୁ ବର୍ତ୍ତମାନ ରାଜ୍ୟ ସରକାର ଏହି ଅଞ୍ଚଳରେ ପୋଲିସ ମୁତୟନ କରିବା ସହ ନିଷିଦ୍ଧାଞ୍ଚଳ ଘୋଷଣା କରାଯାଉ ବୋଲି ଚୌଦ୍ୱାର ବିଧାୟକ ସୌଭିକ ବିଶ୍ୱାଳ ଦାବି କରିଛନ୍ତି ।