ସମ୍ବଲପୁର : ସ୍ୱାଧୀନତାର ୭୮ବର୍ଷ ପୂର୍ତ୍ତି ଅବସରରେ ସମ୍ବଲପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଆଜି ସମ୍ବଲପୁର ସହରରେ ତ୍ରିରଙ୍ଗା ବାଇକ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଏହି ବାଇକ ଶୋଭାଯାତ୍ରାକୁ ସମ୍ବଲପୁର ଜିଲ୍ଲାପାଳ ସିଧେଶ୍ୱର ବଳିରାମ ବୋନ୍ଦର ପତାକା ଦେଖାଇ ଶୁଭଆରମ୍ଭ କରିଥିଲେ। ବାଇକ ଶୋଭାଯାତ୍ରାଟି କଚେରୀ ଛକରୁ ଆରମ୍ଭ ହୋଇ ସହରର ପରିକ୍ରମା କରିବା ପରେ ସମଲେଶ୍ୱରୀ ମନ୍ଦିର ନିକଟରେ ଶେଷ ହୋଇଥିଲା। ସ୍ୱାଧୀନତା ଦିବସ ପାଖେଇ ଆସୁଥିବା ବେଳେ ସାଧାରଣ ଲୋକଙ୍କ ମଧ୍ୟରେ ଦେଶପ୍ରେମ ଜାଗୃତ କରିବା ଉଦେଶ୍ୟରେ ଏହି ବାଇକ ଶୋଭାଯାତ୍ରା ଅନୁଷ୍ଠିତ ହୋଇଛି। ଆଜିର ଅନୁଷ୍ଠିତ ବାଇକ ଶୋଭାଯାତ୍ରାରେ ଜିଲ୍ଲାପାଳ ଓ ଏସଏମସି କମିଶନର ଙ୍କ ସହ ପୋଲିସ ବିଭାଗ, ଅବକାରୀ ବିଭାଗ, ଅଗ୍ନିଶମ ବିଭାଗର ଅଧିକାରୀ ମାନଙ୍କ ସହ ବହୁ ସ୍ୱେଚ୍ଛାସେବୀ ଅନୁଷ୍ଠାନର ସଦସ୍ୟ ମାନେ ସାମିଲ ହୋଇଥିଲେ।