ବରଗଡ ଜିଲ୍ଲା ପୋଢ଼ମୁଣ୍ଡା ଗ୍ରାମରେ ସାମାଜିକ ଅନୁଷ୍ଠାନ ସଂକଲ୍ପ ପରିବାର,ବରଗଡ ଓ ପୋଢ଼ମୁଣ୍ଡା ଗ୍ରାମବାସୀଙ୍କ ର ମିଳିତ ଉଦ୍ୟମରେ ଗ୍ରାମ ପରିସରରେ ରହିଥିବା ଖାଲି ସ୍ଥାନରେ ସାମାଜିକ ବନୀକରଣ ତଥା ୭୫ତମ ବନ ମହୋତ୍ସଵ ଅନୁଷ୍ଠିତ ହୋଇଯାଇଛି । ବରଗଡ଼ ବନଖଣ୍ଡ ଅଧିକାରୀ ଶ୍ରୀ ବିକ୍ରମ ଦେବ ପଟ୍ଟନାୟକ ଓ ସଂକଲ୍ପ ପରିବାର ସଭାପତି ବିକାଶ ଅଗ୍ରୱାଲ ମିଳିତ ଭାବେ ବୃକ୍ଷ ରୋପଣ କରି କାର୍ଯ୍ୟକ୍ରମ କୁ ଉଦଘାଟନ କରିଥିଲେ। ସଂକଲ୍ପ ପରିବାରର ସମ୍ପାଦକ ଜି. ରମେଶଙ୍କ ସଂଯୋଜନା ରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ସଫଳତାର ସହିତ ସମାପନ ହୋଇଅଛି । ଏହି ବୃକ୍ଷ ରୋପଣ କରି ଗ୍ରାମ୍ୟ ପରିସରରେ ଏକ ସୁନ୍ଦର ଓ ମନୋରମ ପରିବେଶ ସୃଷ୍ଟି କରିବା ସହ ମଣିଷ ଜୀବନର ପରିକଳ୍ପନା କରିବାକୁ ହେଲେ ବୃକ୍ଷର ସଂରକ୍ଷଣ ଆମର କର୍ତ୍ତବ୍ୟ ବୋଲି ଉକ୍ତି ରଖିଥିଲେ । ତେବେ ଜନ ସଚେତନତା ନିତାନ୍ତ ଆବଶ୍ୟକ ହୋଇଥିବାରୁ ଗଛ ଲଗାଇ ତାହାର ଉଚିତ ଯତ୍ନ ନେଇ ଏହି ସ୍ଥାନକୁ ଏକ ସୁନ୍ଦର ସବୁଜ ସ୍ଥାନ ଭାବରେ ପରିଗଣିତ କରିବାକୁ ସଂକଳ୍ପ ନେଇଥିଲେ ।