ଭୁବନେଶ୍ୱର : ଥାନାରେ ସେନା ମେଜର ଏବଂ ତାଙ୍କ ବାନ୍ଧବୀଙ୍କୁ ଆକ୍ରମଣ ହୋଇଥିବା ନେଇ ଏକ ସଙ୍ଗିନ ଅଭିଯୋଗ ଆଣିଛନ୍ତି ପୂର୍ବତନ ସେନା କର୍ମଚାରୀ ସଂଘ। ତେଣୁ ଅଭିଯୋଗକୁ ଆଧାର କରି ଏହି ପୁରା ଘଟଣାର ତଦନ୍ତ କରିବାକୁ କ୍ରାଇମବ୍ରାଞ୍ଚକୁ ନିର୍ଦ୍ଦେଶ ଦେଇଛନ୍ତି ପୋଲିସ ଡିଜି। ଏହାସହିତ ଏହି ମାମଲାରେ ସଂପୃକ୍ତ ପୋଲିସ କର୍ମଚାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସଂଘ ଦାବି କରିଛି।
ସୂଚନା ଅନୁସାରେ, ଶନିବାର ବିଳମ୍ବିତ ରାତିରେ ଭରତପୁର ଥାନା ଅଞ୍ଚଳରେ କେତେକ ଦୁବୃର୍ତ୍ତଙ୍କ ଆକ୍ରମଣର ଶିକାର ହୋଇଥିଲେ ସେନା ଅଧିକାରୀ ଏବଂ ତାଙ୍କ ବାନ୍ଧବୀ। ଏହି ଅଭିଯୋଗ ନେଇ ସେମାନେ ଥାନାକୁ ଯାଇଥିବା ବେଳେ ଦୁବୃର୍ତ୍ତଙ୍କୁ ଧରିବା ପରିବର୍ତ୍ତେ ପୋଲିସ ଓଲଟା ଅଭିଯୋଗକାରୀଙ୍କୁ ଦେଇଥିଲା ନିର୍ଯାତନା। ତେଣୁ ଏ ନେଇ ପୂର୍ବତନ ସେନା କର୍ମଚାରୀ ସଂଘ ଅଭିଯୋଗ କରିଥିଲେ । ତେବେ ଏହି ମାମଲା ବର୍ତମାନ ଜାତୀୟ ମାନବାଧିକାର କମିସନରେ ମଧ୍ୟ ପହଞ୍ଚିଛି। ତେଣୁ ଏହି ସମସ୍ତ ଘଟଣାର ତଦନ୍ତ ଜାରି ରଖିଛନ୍ତି କ୍ରାଇମବ୍ରାଞ୍ଚ। ଏହାସହିତ ଏହି ସମସ୍ତ ଘଟଣା ବାବଦରେ ମଧ୍ୟ ପୋଲିସ ଅଧିକାରୀଙ୍କୁ ଅଧିକ ପଚରାଉଚରା କରୁଛି କ୍ରାଇମବ୍ରାଞ୍ଚ।