ମୟୁରଭଞ୍ଜ: ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କର ମୟୁରଭଞ୍ଜ ଗସ୍ତର ଅନ୍ତିମ ଦିନ। ତେଣୁ ଆଜି ଶିମିଳିପାଳ ଅଭୟାରଣ୍ୟ ବୁଲିବେ ମହାମହିମ। ଶିମିଳିପାଳ ଗୁଡ଼ଗୁଡ଼ିଆଠାରେ ଅଞ୍ଚଳର ଆଦିବାସୀ ମହିଳା ଓ ଯୁବକଙ୍କ ସହ ବିଭିନ୍ନ ବିଷୟ ବସ୍ତୁକୁ ଆଲୋଚନା କରିବେ। ଏହାପରେ ରାଷ୍ଟ୍ରପତି ଭୁବନେଶ୍ୱର ଅଭିମୁଖେ ବାହାରି ସେଠାରେ ମଧ୍ୟ ଅନେକ କାର୍ଯ୍ୟକ୍ରମରେ ଯୋଡି ହେବେ। ତେଣୁ ମହାମହିମଙ୍କ ସୁରକ୍ଷାକୁ ନେଇ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି।
ସୂଚନା ଅନୁସାରେ, ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କର ମୟୁରଭଞ୍ଜ ଗସ୍ତର ପ୍ରଥମ ଦିନରେ ସ୍ଥାନୀୟ ବାସିନ୍ଦା ପାରମ୍ପରିକ ଆଦିବାସୀ ନୃତ୍ୟର ତାଳେତାଳେ ରାଷ୍ଟ୍ରପତିଙ୍କୁ ପାଛୋଟି ନେଇଥିଲେ। ଏହାପରେ ସେ ଏସ୍ ଏଲ୍ ଏସ୍ ସ୍ମାରକୀ ଆବାସିକ ବିଦ୍ୟାଳୟକୁ ଯାଇଥିଲେ। ଦ୍ବିତୀୟ ଦିନରେ ଛାତ୍ରଛାତ୍ରୀଙ୍କ ସହିତ ଭାବ ବିନିମୟଠାରୁ ଆରମ୍ଭ କରି ମହିଳା ଓ ସ୍ଥାନୀୟ ବାସିନ୍ଦାଙ୍କୁ ଭେଟିବା, ଜାହିରାପୀଠରେ ଆଶୀର୍ବାଦ ଭିକ୍ଷା, ଶ୍ରୀଜଗନ୍ନାଥ ମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ କରିଥିଲେ। ତେଣୁ ଶିମିଳିପାଳ ଅଭୟାରଣ୍ୟ ବୁଲି ଦେଖିବା ସହିତ ଉକ୍ତ ଅଂଚଳ ବାସୀଙ୍କୁ ମଧ୍ୟ ଉଦ୍ବୋଧନ ଦେବେ ମହାମହିମ।
ଅଧିକ ପଢନ୍ତୁ : ରାଜ୍ୟରେ ବଢ଼ିଲା ପାରଦ, କମିଲା ଶୀତ