ବରଗଡ଼: ପୁଣି ଗୋଷ୍ଠୀ ସଂଘର୍ଷ। ଭୁଜାଲି ଆକ୍ରମଣରେ ଜଣେ ମୃତ, ୩ ଗୁରୁତର। ବରଗଡ଼ ହାଟପଦା ସାଇ ମନ୍ଦିର ନିକଟରେ ଘଟିଛି ଏହି ଅମାନୁଷିକ ଘଟଣା। ଗୁରୁତର ଥିବା ସମସ୍ତଙ୍କୁ ବରଗଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି। ମୃତକ କଲେଜ ରୋଡ଼ ଅଞ୍ଚଳର ଦେବାଶିଷ ଲୁହା ବୋଲି ଜଣାପଡିଛି। ଘଟଣାସ୍ଥଳରେ ଟାଉନ ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ତେବେ ଗୋଷ୍ଠୀ ସଂଘର୍ଷର କାରଣ ଅସ୍ପଷ୍ଟ ରହିଛି।
ସୂଚନା ଅନୁସାରେ, ଗୁରୁବାର ବିଳମ୍ବିତ ରାତିରେ ହାଟପଦା ସାଇ ମନ୍ଦିର ନିକଟରେ ୨ ଗୋଷ୍ଠୀ ମଧ୍ୟରେ କୌଣସି କଥାକୁ ନେଇ ପ୍ରଥମେ ବଚସା ହୋଇଥିଲା। ଏହାପରେ ସେହି ବଚସା ଉଗ୍ର ରୂପ ନେଇଥିଲା। ଉଭୟ ଦଳ ଉଭୟଙ୍କୁ ଭୁଜାଲିରେ ଆକ୍ରମଣ କରିବା ସହିତ ମାଡପିଟ ହୋଇଥିଲେ। ତେବେ ଭୁଜାଲିରେ ଆକ୍ରମଣରେ ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଗୁରୁତର ଭାବେ ଆହତ ହୋଇଥିଲେ। ଗୁରୁତର ଥିବା ସମସ୍ତଙ୍କୁ ବରଗଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଘଟଣାସ୍ଥଳରେ ଟାଉନ ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
ଅଧିକ ପଢନ୍ତୁ , ମେଘାଳୟ କୋଇଲା ଖଣିରେ ଭୟଙ୍କର ବିସ୍ଫୋରଣ, ୧୦ ଶ୍ରମିକଙ୍କ ମୃତ୍ୟୁ