ଭୁବନେଶ୍ୱର : ରାଜ୍ୟରେ ବଢ଼ିଲା ପାରଦ କମିଲା ଶୀତ। ଆସନ୍ତା ଦୁଇ ଦିନ ମଧ୍ୟରେ ରାଜ୍ୟରେ ଶୀତ ସମ୍ପୂର୍ଣ ଅଦୃଶ୍ୟ ହୋଇଯିବ। ଏପରିକି ରାତିର ତାପମାତ୍ରା ଆହୁରି ୨ରୁ ୩ ଡିଗ୍ରି ବଢିବ। ଯାହାଫଳରେ ରାତି ତାପମାତ୍ରା ୨୦ ଡିଗ୍ରି ମଧ୍ୟରେ ରହିବ ବୋଲି ସୂଚନା ରହିଛି। ଭୁବନେଶ୍ୱର , କଟକ ,ଭଦ୍ରକ, ଜଗତ୍ସିଂହପୁର, ପୁରୀ, ଗଞ୍ଜାମ, ଗଜପତି, ଖୋର୍ଦ୍ଧା, କଟକ ଜିଲ୍ଲାରେ କିଛି ପରିମାଣର ତାପମାତ୍ରା ବୃଦ୍ଧି ପାଇ ପାରେ। ଏପରିକି ଚଳିତ ବର୍ଷ ତାତି ମଧ୍ୟ ମାତ୍ରାଧିକ ଅନୁଭୂତ ହେବ ବୋଲି ପୂର୍ବାନୁମାନ କରାଯାଉଛି।
ସକାଳୁ ସକାଳୁ ପାଗରେ ପରିବର୍ତ୍ତନ ଦେଖାଦେଇଛି। ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ତାପମାତ୍ରା ବଢିଛି। ଫଳରେ ଧୀରେ ଧୀରେ ଲୋକେ ଗରମ ଅନୁଭବ କଲେନି। ତେବେ ଚଳିତ ବର୍ଷ ଶୀତ ପରି ମଧ୍ୟ ମାତ୍ରାଧିକ ଗରମ ଅନୁଭବ କରିବେ ଓଡ଼ିଶାବାସୀ। ଏପରିକି ଆହୁରି ୨ ଦିନ ତାପମାତ୍ରା ବଢିବା ନେଇ ସୂଚନା ଦେଇଛି ପାଣିପାଗ ବିଭାଗ। ତେଣୁ ତାପମାତ୍ରା ବଢିବାକୁ ନେଇ ପ୍ରଶାସନ ପକ୍ଷରୁ ମଧ୍ୟ ସମସ୍ତ ବ୍ୟବସ୍ଥା କରାଯାଉଛି।
ଅଧିକ ପଢନ୍ତୁ , UPSC -୨୦୨୬ ସିଭିଲ୍ ସର୍ଭିସେସ୍ ପରୀକ୍ଷା ନିୟମରେ ବଡ଼ ପରିବର୍ତ୍ତନ