ଭୁବନେଶ୍ୱର: ବର୍ଷର ବାରଟି ମାସ ଭିତରେ କାର୍ତ୍ତିକ ମାସଟି ଏକ ଧାର୍ମିକ ମାସ। ଏହି ମାସରେ ପଡୁଥିବା ପୂର୍ଣ୍ଣିମା କାର୍ତ୍ତିକ ପୂର୍ଣ୍ଣମା ମଧ୍ୟ ରାସ ପୂର୍ଣ୍ଣିମା ନାମରେ ଅଭିହିତ। ଅନ୍ୟ ପଟରେ ଓଡ଼ିଶାରେ କାର୍ତ୍ତିକ ପୂର୍ଣ୍ଣିମା ‘ବୋଇତ ବନ୍ଦାଣ’ ଦିବସ ନାମରେ ଖ୍ୟାତ। ବହୁ ପୁରାକାଳରୁ ଏହି ଉତ୍ସବ ପାଳିତ ହୋଇଆସୁଛି। ଓଡ଼ିଶାର ସୁଦୃଢ ପରମ୍ପରା, ଆଚାର ବିଚାର, ଚାଲିଚଳଣି, ସଂସ୍କୃତି, ତଥା ଧର୍ମୀୟ ଭାବନା ସହିତ ଏହି ପର୍ବ ଓତପ୍ରୋତ ଭାବେ ଜଡ଼ିତ ହୋଇ ଆସିଛି । ଗୌରବମୟ ଉତ୍କଳର ପ୍ରାଚୀନ ଇତିହାସ ସହିତ ଏହା ଏତେ ନିବିଡ଼ ଭାବରେ ଜଡ଼ିତ
ତେବେ ଆଜି ସେହି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା। ଓଡିଶାର ନୌବାଣିଜ୍ୟ ପରମ୍ପରାକୁ ମନେ ପକାଇ ରାଜ୍ୟବ୍ୟାପୀ ଲୋକେ ଡଙ୍ଗା ଭସାଉଛନ୍ତି। ପୁଷ୍କରିଣୀ, ନଦୀ, ନାଳ , ସମୁଦ୍ର ସବୁଠି ଆ କା ମା ବୈ , ପାନ ଗୁଆ ଥୋଇ, ପାନ ଗୁଆ ତୋର ମାସକ ଧରମ ମୋର ଗୀତ ଗାଇ ଡଙ୍ଗା ଭସାଉଛନ୍ତି। ଆଜି ସକାଳୁ ସକାଳୁ ବିଭିନ୍ନ ଜଳାଶୟରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ ପରିଲକ୍ଷିତ ହୋଇଛି। ସୁରକ୍ଷା ପାଇଁ ବିଭିନ୍ନ ନଦୀ ଓ ପୁଷ୍କରଣୀ କୂଳରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଡଙ୍ଗା ଭସାଇବା ସହ ମନ୍ଦିର ଯାଇ ଦର୍ଶନ କରି ପରିବାରର ମଙ୍ଗଳ ମନାସିଛନ୍ତି । ବିଶ୍ୱାସ ରହିଛି ବର୍ଷକରେ ଥରେ ଏହି ଦିନରେ ସ୍ନାନ କରି ଡଙ୍ଗା ଭସାଇଲେ ପୂଣ୍ଣ୍ୟ ମିଳିଥାଏ।
ଅଧିକ ପଢନ୍ତୁ : ଆଜିଠାରୁ ଆରମ୍ଭ କଳିଙ୍ଗ ବାଲିଯାତ୍ରା ମହୋତ୍ସବ : ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ