ଆଜି ହେଉଛି ପତ୍ର ଅଁଳାନବମୀ । ଆଜିର ଦିନରେ ଶ୍ରୀ ରାଧାରାଣୀଙ୍କ ବା ରାଧାପାଦ ଦର୍ଶନ କଲେ ପୁଣ୍ୟ ମିଳିଥାଏ । ପୁରା ଦେଶରେ କାର୍ତ୍ତିକ ମାସ ଶୁକ୍ଳ ପକ୍ଷ ନବମୀ ତିଥିକୁ ଅଁଳା ନବମୀ ଭାବରେ ପାଳନ କରାଯାଏ । ଏଥିସହ ଏହାକୁ ‘ଧାତ୍ରୀ ନବମୀ’ ବୋଲି ମଧ୍ୟ କୁହାଯାଏ । ଲୋକକଥା ଅନୁଯାୟୀ, ଅଁଳା ନବମୀ ତିଥିରେ ଅଁଳା ବୃକ୍ଷକୁ ପୂଜା ଓ ପରିକ୍ରମା ପୂର୍ବକ ତା’ରି ମୂଳରେ ଭୋଜନ ପ୍ରସ୍ତୁତ କରି ବିଷ୍ଣୁ ଓ ଶିବଙ୍କୁ ଭୋଗ ଲଗେଇଲେ ସମଗ୍ର କାର୍ତ୍ତିକ ମାସର ପୁଣ୍ୟ ଗୋଟିଏ ଦିନରେ ପ୍ରାପ୍ତି ହୋଇଥାଏ । ଏହି ଦିନ ଭଗବାନ ବିଷ୍ଣୁ କୁଶମଣ୍ଡାକା ଭୂତକୁ ହତ୍ୟା କରିଥିଲେ। ପ୍ରିୟ ଫଳ ହେଉଛି ଅଁଳା । ଏହି ବୃକ୍ଷରେ ସମସ୍ତ ଦେବାଦେବୀ ବାସ କରନ୍ତି । ସେଠି[ଆଇନ ଏହି ବୃକ୍ଷକୁ ପୂଜା କରିବା ସମୟରେ ନିଜ ପରିବାରର ସୁଖ ସମୃଦ୍ଧି କାମନା କରାଯାଏ ।
ଆଜିର ଦିନରେ ରାଧାପାଦ ଦର୍ଶନକରିବା ପାଇଁ ବିଭିନ୍ନ ସ୍ଥାନରୁ ହଜାର ହଜାର ଶ୍ରଦ୍ଧାଳୁ ଭିନ୍ନ ଭିନ୍ନ ପୀଠରେ ଏକାଠି ହୋଇଥିବାର ଦେଖା ଯାଇଛି | ପୁରୀ ଜିଲ୍ଲା ସାକ୍ଷୀଗୋପାଳର ସାକ୍ଷୀଗୋପୀନାଥ ମନ୍ଦିରରେ ଏହି ଦୁର୍ଲଭ ପାଦ ଦର୍ଶନର ସୌଭାଗ୍ୟ ଲାଭ କରିବା ପାଇଁ ଲକ୍ଷାଧିକ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଛି । ଏହି ଦିନରେ ମା'ଙ୍କୁ ଓଡିଆଣି ବେଶରେ ସଜା ଯାଏ । ଏହାକୁ ଦେଖିବା ପାଇଁ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗିଥାଏ । ଏହି ଦିନରେ ମହିଳାମାନେ ସନ୍ତାନ ପ୍ରାପ୍ତି ତଥା ସନ୍ତାନଙ୍କର ମଙ୍ଗଳ କାମନା କରି ଅଁଳାଗଛକୁ ପୂଜା କରିଥାନ୍ତି । ଏହାସହ ଏହି ପବିତ୍ର ଦିନରେ ଅଁଳା ଗଛ ତଳେ ବସି ଭୋଜନ ମଧ୍ୟ କରାଯାଏ । ପ୍ରସାଦ ଭାବେ ଅଁଳା ମଧ୍ୟ ସେବନ କରାଯାଏ ।