ବରଗଡ଼ ଘୁଲିପାଲି ଛକରେ ସଡକ ଦୁର୍ଘଟଣା। ଏହି ଦୁର୍ଘଟଣାରେ ତିନିଜଣ ଯୁବକ ଗୁରୁତର ଆହତ ହୋଇଛନ୍ତି । ସମ୍ବଲପୁର ଅଭିମୁଖେ ଯାଉଥିବା ଏକ ମିଲ୍କ୍ ଭେନ ରେ ପିଟିହୋଇ ଘଟିଛି ଏହି ଦୁର୍ଘଟଣା ।
ଆହତ ଯୁବକ ମାନଙ୍କ ମଧ୍ୟରୁ ଜଣେ ହେଲେ ବାଲେଶ୍ୱର ବାହାନଗା ବ୍ଲକ ଦୀପକ ମଲ୍ଲିକ, ଆଉ ଜଣେ ଗଞ୍ଜାମ ବେଳଗୁଣ୍ଠା ବ୍ଲକର ସୁଭମ ପ୍ରଧାନ, ଆଉ ଜଣେ ବରଗଡ଼ ଜିଲ୍ଲା ଝାରବନ୍ଧ ବ୍ଲକ ମାନସ କୁମାର । ତେବେ ତିନିଜଣ ଯୁବକ ହେଉଛନ୍ତି କଳାହାଣ୍ଡି ସରକାରୀ ଇଂଜିନିୟରିଂ କଲେଜର ଛାତ୍ର। ଗତ ଗୁରୁବାର ଦିନରୁ ସେମାନେ ସମ୍ବଲପୁର ସମଳେଇ ମନ୍ଦିର ଦର୍ଶନ ତଥା ପାଇକମାଲ ସ୍ଥିତ ନୃସିଂହନଥ ମନ୍ଦିର ଦର୍ଶନ କରିବା ପାଇଁ ବାହାରି ଥିଲେ । ସେହି ସମୟରେ ବରଗଡ଼ ଘୁଲିପାଲି ଛକରେ ଏକ ଟ୍ରକ ସହିତ ବାଡେଇ ହୋଇ ରାସ୍ତା ଉପରେ ଛିଟିକି ପଡ଼ିଥିଲେ ।ପ୍ରଥମେ ସେମାନଙ୍କୁ ବରଗଡ଼ ଜିଲ୍ଲାର ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା ପ୍ରାଥମିକ ଚିକିତ୍ସା କରିବା ପରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ସେମାନଙ୍କୁ ବୁର୍ଲା ବଡ଼ ମେଡିକାଲ କୁ ସ୍ଥାନାନ୍ତରିତ କରାଯାଇଛି । ଉକ୍ତ ମିଲ୍କ୍ ଭେନ ଓ ଡ୍ରାଇଭର ସହ ଦୁର୍ଘଟଣା ଘଟିଥିବା ମୋଟର ସାଇକେଲକୁ ଜବତ କରିବା ସହ ଘଟଣାର ଅଧିକ ତଦନ୍ତ ଜାରି ରଖିଛି ବରଗଡ଼ ଟାଉନ ପୋଲିସ ।
ଅଧିକା ପଢନ୍ତୁ: ସଡକ ଦୁର୍ଘଟଣାକୁ ରୋକିବ ଆଇଇଏମ୍ଏସ୍