ଧର୍ମଶାଳାରେ ସୂଚନା ଅଧିକାର କର୍ମୀଙ୍କ ଉପରେ ବୋମାମାଡ଼ ଘଟଣାରେ ୩ ଜଣଙ୍କୁ ଗିରଫ କଲା ଯାଜପୁର ପୋଲିସ
Khabar Odisha:Three-arrested-in-connection-with-bombing-of-RTI-activists-in-Dharamsala
ଯାଜପୁର , ଏପ୍ରିଲ ୦୮ (ଖବର ଓଡ଼ିଶା):

ଗତ ମାର୍ଚ୍ଚ ମାସ ୨୭ ତାରିଖରେ ଜଣେ ସୁଚନାଧିକାରୀ କର୍ମୀଙ୍କ ଗାଡ଼ି ଉପରକୁ ବୋମାମାଡ଼ କରିବା ଘଟଣାରେ ୩ ଜଣଙ୍କୁ ଗିରଫ କରିଛି ଯାଜପୁର ପୋଲିସ ଏବଂ ଆଜି ଅପରାହ୍ନରେ ସେହି ୩ ତିନିଜଣଙ୍କୁ କୋର୍ଟ ଚାଲାଣ କରାଯିବ । ସୁଚନା ଅନୁସାରେ ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଇମାମନଗର ଅଞ୍ଚଳର ସୂଚନାଧିକାର କର୍ମୀ ସର୍ବେଶ୍ୱର ବେଉରା ସେହିଦିନ ରାତିରେ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ଘରକୁ ଫେରୁଥିବା ସମୟରେ ତାଙ୍କ ଗାଡ଼ି ଉପରକୁ ୪ଜଣ ଦୁବୁର୍ତ୍ତ ବୋମା ମାଡ଼ କରିଥିଲେ । ଯାହାଫଳରେ ଘଟଣାସ୍ଥଳରେ ସର୍ବେଶ୍ୱର ବେଉରା ଆହାତ ହେବା ସହ ତାଙ୍କ ସହଯୋଗୀ ଜଣେ ମଧ୍ୟ ଆହାତ ହୋଇଥିଲେ । ତେବେ ସେବେଠାରୁ ଏହି ୪ ଜଣ ଦୁବୁର୍ତ୍ତ ଫେରାର୍ ଥିବା ବେଳେ ଆଜି ଯାଜପୁର ପୋଲିସ୍ ତିନିଜଣଙ୍କୁ ଗିରଫ କରିଛି

  • Tags:

Subscribe

National International State Sports Entertainment