ଶନିବାର ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ ଉଦୟପୁର ପଂଚାୟତ ଶିଖରଗୋଛା ଗାଁ ରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ଅଗ୍ନିକାଣ୍ଡରେ ୧୩ ବଖରା ଘର ପୋଡି ପାଉଁଶ ହୋଇଯାଇଛି । ସୂଚନା ଅନୁସାରେ ଉଦୟପୁର ପଂଚାୟତ ଶିଖର ଗୋଛି ଗାଁରେ ଶନିବାର ଅପରାହ୍ମ ୩ଟା ସମୟରେ କୈାଣସି ଏକ କାରଣରୁ ଜଣଙ୍କ ଘରେ ନିଆଁ ଲାଗିଯାଇଥିଲା । ଏବଂ ଘରକୁ ଘର ଲାଗିରହିବା ସହ ପ୍ରବଳ ଖରା ହେତୁ ନିଆଁକୁ ଆୟତ କରିବା କଷ୍ଟକର ହୋଇପଡିଥିଲା । ଯାହା ଫଳରେ ଚାହୁଁଚାହୁଁ ୧୩ଟି ଘରେ ନିଆଁ ଲାଗିଯାଇଥିଲା । ଏହାସହ ଘରେ ଥିବା ଲୁଗାପଟା ଅନେକ ଆସବାବପତ୍ର ସହ ସାଇତି ରଖିଥିବା ହଜାର ହଜାର ଟଙ୍କା ପୋଡି ପାଉଁଶ ହୋଇଯାଇଛି । ତେବେ ଖବର ପାଇ ଅଗ୍ନିଶମ ବାହୀନି ଘଟଣାସ୍ଥଳରେପହଂଚି ନିଆଁକୁ ଆୟତ କରିଥିବା ବେଳେ କେଉଁ କାରଣ ପାଇଁ ନିଆଁ ଲାଗିଥିଲା ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ ।