ଭୁବନେଶ୍ୱର: ଆସନ୍ତାକଲି ଠୁ ବରଗଡ ଜିଲ୍ଲାରେ ଧାନ କିଣା ଆରମ୍ଭ ହେବ । ପରେ ଆସନ୍ତା ୨୧ ତାରିଖରେ ସମ୍ବଲପୁରରେ ଧାନ କିଣାଯିବ । ଏନେଇ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଦେଇଛନ୍ତି । ଧାନ କିଣା ଆରମ୍ଭରୁ ବିକ୍ରି ପର୍ଯ୍ୟନ୍ତ ମଣ୍ଡିରେ ରହିବେ ଅଧିକାରୀ । ଧାନ କିଣା କାର୍ଯ୍ୟ ପାଇଁ ମଣ୍ଡିରେ ବିଭିନ୍ନ ବ୍ୟବସ୍ଥା କରାଯାଇଛି । ଯେଉଁ ଚାଷୀମାନେ ଧାନ ମଣ୍ଡିରେ ଧାନ ଦେବେ ସେମାନେ ଉପଯୁକ୍ତ ମୂଲ୍ୟ ପାଉଛନ୍ତି କି ନାହିଁ ତାହା ତଦାରଖ କରାଯିବ ।
ମଣ୍ଡିରେ ନିୟୋଜିତ ହୋଇଥିବା ଅଧିକାରୀମାନେ କଟନୀ ଛଟନୀ ସହ ଚାଷୀ ଉପଯୁକ୍ତ ମୂଲ୍ୟ ପାଉଛି କି ନାହିଁ ତାହାର ସୂଚନା ରଖିବେ । ଏନେଇ ସୁରେଶ ପୂଜାରୀ ପ୍ରତିକ୍ରିୟା ଦେଇଛନ୍ତି । ଏହି ବ୍ୟବସ୍ଥାକୁ ସୁଚାର ରୂପେ ତୁଲାଇବା ପାଇଁ ୪ରୁ ୫ ମଣ୍ଡିକୁ ନେଇ ପର୍ଯ୍ୟବେକ୍ଷକ ନିଯୁକ୍ତି କରାଯାଇଛି । ଦଲାଲମାନେ ଯେପରି ମଣ୍ଡିକୁ ନଆସିବେ ସେଥିପାଇଁ ପାଟ୍ରୋଲିଂ କରାଯିବ । ଚାଷୀମାନେ କିପରି ୮୦୦ ଟଙ୍କା ସବ୍ସିଡି ପାଇବେ ସେ ଉପରେ ମଧ୍ୟ ଗୁରୁତ୍ବ ଦିଆଯିବ । ଧାନ ମଣ୍ଡିର ସମସ୍ତ ରିପୋର୍ଟ ଜିଲ୍ଲାପାଳଙ୍କୁ ଦିଆଯିବ ଜିଲ୍ଲାପାଳ ପରେ ରାଜ୍ୟ ସରକାରଙ୍କୁ ଦେବେ ।