ଚଳିତ ବର୍ଷ ଯୁକ୍ତ ଦୁଇ ଶେଷ ବର୍ଷ ବୋର୍ଡ ପରୀକ୍ଷାର ହେବ ଲାଇଭ ଷ୍ଟ୍ରିମିଙ୍ଗ। ଏଥିପାଇଁ ଗଣଶିକ୍ଷା ବିଭାଗ ଓ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦକୁ ଲାଇଭ ଷ୍ଟ୍ରିମିଙ୍ଗ ଲିଙ୍କ୍ ଦିଆଯିବ ଏବଂ ରାଜ୍ୟର ପ୍ରତି ପରୀକ୍ଷା କେନ୍ଦ୍ର ସହ ପରୀକ୍ଷା ପରିଚାଳନା ହବ୍କୁ ଲାଇଭ ଷ୍ଟ୍ରିମିଙ୍ଗ ମାଧ୍ୟମରେ ମନିଟରିଂ ମଧ୍ୟ କରାଯିବ। ଯୁକ୍ତ ଦୁଇ ବୋର୍ଡ ପରୀକ୍ଷାରେ ସ୍ୱଚ୍ଛତା ପାଇଁ ବ୍ୟବସ୍ଥା ଗ୍ରହଣ କରିଛି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ। ପରୀକ୍ଷା କେନ୍ଦ୍ରରେ ସିସିଟିଭି ଲଗାଯାଇ ପରୀକ୍ଷା କେନ୍ଦ୍ର ଗୁଡିକରେ ସିସିଟିଭି ଇନଷ୍ଟଲେସନନେଇ ସ୍ଥିତି କଣ ରହିଛି ତାହା ଡିସେମ୍ବର ୧୫ ସୁଦ୍ଧା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦକୁ ଜଣାଇବା ଲାଗି ଘୋଷଣା କରାଯାଇଛି।
ସୂଚନାଯୋଗ୍ୟ, ପ୍ରଥମ ଥର ପାଇଁ ଯୁକ୍ତ ଦୁଇ ବୋର୍ଡ ପରୀକ୍ଷାର ହେବ ଲାଇଭ ଷ୍ଟ୍ରିମିଙ୍ଗ। ଭୁବନେଶ୍ୱରରେ ଗଣଶିକ୍ଷା ବିଭାଗ ଓ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦକୁ ଲାଇଭ ଷ୍ଟ୍ରିମିଙ୍ଗ ଲିଙ୍କ୍ ଦିଆଯିବ ସୂଚନା ମିଳିଛି। ଆସନ୍ତାବର୍ଷ ଫେବୃୟାରୀ ୧୪ତାରିଖରୁ ଯୁକ୍ତ ଦୁଇ ବାର୍ଷିକ ପରୀକ୍ଷା ଅନୁଷ୍ଠିତ ହେବ ଏବଂ ଏହି ପରୀକ୍ଷା ମାର୍ଚ୍ଚ ୧୩ତାରିଖ ପର୍ଯ୍ୟନ୍ତ ଚାଲିବ। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପ୍ରଥମଥର ପାଇଁ ପ୍ରାୟ ୬ମାସ ପୂର୍ବରୁ ଫର୍ମ ଫିଲଅପଠୁ ଆରମ୍ଭ କରି ପରୀକ୍ଷା ଓ ଫଳ ପ୍ରକାଶନ ସଂକ୍ରାନ୍ତରେ ବାର୍ଷିକ କ୍ୟାଲେଣ୍ଡର ଜାରି କରି ଦିଆଯାଇଛି। ବାର୍ଷିକ ପରୀକ୍ଷା ନିମନ୍ତେ ଡିସେମ୍ବର ୨୫ତାରିଖରେ ଆଡମିଟ୍ କାର୍ଡ ଅନଲାଇନରେ ଇସ୍ୟୁ କରାଯିବ। ସେହିପରି ଜାନୁୟାରୀ ପ୍ରଥମ ସପ୍ତାହରୁ ପ୍ରାକ୍ଟିକାଲ ପରୀକ୍ଷା ଓ ଫେବୃୟାରୀ ୧୪ରୁ ମାର୍ଚ୍ଚ ୧୩ତାରିଖ ପର୍ଯ୍ୟନ୍ତ ଥିଓରୀ ପରୀକ୍ଷା ହେବ। ଏପ୍ରିଲ ଶେଷ ସପ୍ତାହ ଅବା ମେ’ ମାସ ପ୍ରଥମ ସପ୍ତାହରେ ପରୀକ୍ଷା ଫଳ ପ୍ରକାଶ ପାଇବ ବୋଲି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ମିଳିଛି।
ଅଧିକ ପଢନ୍ତୁ ; ବନ୍ଦେ ଭାରତ ଏକ୍ସପ୍ରେସ୍କୁ ପଥର ମାଡ଼ କରି ଗିରଫ ହେଲେ ୨ ଯୁବକ