ପୋଖରୀରୁ ମିଳିଲା ମହିଳାଙ୍କ କଙ୍କାଳ, ବେକରେ ବନ୍ଧାଯାଇଛି ଓଢଣୀ,ପୋଲିସର ତଦନ୍ତ ଜାରି
Khabar Odisha:The-womans-skeleton-was-found-in-the-pond-her-veil-was-tied-around-her-neck-and-police-are-investigating
ଯାଜପୁର , ଏପ୍ରିଲ ୦୮ (ଖବର ଓଡ଼ିଶା):

ଯାଜପୁର ସଦର ଥାନା କପିଳେଶ୍ୱର ଗାଁ ପୋଖରୀରୁ ଉଦ୍ଧାର ହୋଇଛି ମହିଳାଙ୍କ କଙ୍କାଳ । ମହିଳା ବେକରେ ଏକ ଓଢଣୀ ବନ୍ଧା ହୋଇଥିବା ବେଳେ କଙ୍କାଳ ପଡିରହିଛି। ମହିଳାଙ୍କ ବୟସ ୩୦/୩୫ ବର୍ଷ ହୋଇଥିବା ଅନୁମାନ କରାଯାଉଛି । ପୋଖରୀରେ ପାଣିଥିବା ବେଳେ ପ୍ରାୟ ମାସକ ତଳେ କେହି ଏହି ମୃତ ଦେହକୁ ହତ୍ୟା କରି ଏଠାରେ ପକାଇ ଦେଇଥିବା ସ୍ଥାନୀୟ ଅଚଂଳରେ ଚର୍ଚ୍ଚା ହେଉଛି । ତେବେ ଗ୍ରାମବାସୀଙ୍କ ସୁଚନା ମୁତାବକ ପୋଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି । ତେବେ ଯାହା ଜଣାପଡ଼ୁଛି ଏପର୍ଯ୍ୟନ୍ତ କୌଣସି ସୁଚନା ପୋଲିସର ହସ୍ତଗତ ହୋଇନାହିଁ ।

  • Tags:

Subscribe

National International State Sports Entertainment