ପୁଣି ଘଟିଛି ସଡ଼କ ଦୁର୍ଘଟଣା । ଭବାନୀପାଟଣା-ରାୟଗଡ଼ା ରାସ୍ତାରେ ଘଟିଛି ଏକ ମର୍ମନ୍ତୁଦ ଦୁର୍ଘଟଣା । ଦୁର୍ଘଟଣାରେ ଟ୍ରକଟି ଭାରସ୍ୟାମ ହରାଇ ଓଲଟି ପଡ଼ିବା ଫଳରେ ଉଭୟ ଡ୍ରାଇଭର ଓ ହେଲ୍ପର ଆହତ ହୋଇଛନ୍ତି । ସୂଚନା ଅନୁସାରେ, ଭବାନୀପାଟଣା-ରାୟଗଡ଼ା ରାସ୍ତାରେ ୧୬ ଚକିଆ ଟ୍ରକ କୋଇଲା ବୋଝେଇ କରି ଯାଉଥିବା ସମୟରେ ଘଟିଥିଲା ଏଇ ଦୁର୍ଘଟଣା । ଟ୍ରକଟି ବ୍ରିଜ ଅତିକ୍ରମ କରୁଥିବା ସମୟରେ ଟ୍ରକର ଚକା ଫାଟିଯାଇଥିଲା । ଚକା ଫାଟିଯିବ ଫଳରେ ଡ୍ରାଇଭରଟି ଭାରସ୍ୟାମ ହରାଇ ବ୍ରିଜ ତଳକୁ ଖସିପଡିଥିଲା । ସ୍ଥାନୀୟ ଲୋକ ହେଲ୍ପର ଜଣକୁ ଉଦ୍ଧାର କରିଥିଲେ । ଟ୍ରକ ଓଲଟି ପଡ଼ିବା ଯୋଗୁ ଡ୍ରାଇଭର ଫସି ଯାଇଥିଲେ ତାଙ୍କୁ ସ୍ଥାନୀୟ ଲୋକ ଉଦ୍ଧାର କରିପାରିନଥିଲେ । ସ୍ଥାନୀୟ ଲୋକ ଉଦ୍ଧାର ପାଇଁ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଡ୍ରାଇଭରଙ୍କୁ ଟ୍ରକ୍ ଭିତରୁ ଉଦ୍ଧାର କରିଥିଲେ । ଉଦ୍ଧାର କରିସାରି ଚିକିତ୍ସା ପାଇଁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଥିଲା।
ଆଗକୁ ପଢ଼ନ୍ତୁ : ବ୍ରିଜ ଉପରେ ଲଟକି ରହିଛି ଯାତ୍ରୀବାହୀ ବସ୍