ରାଜ୍ୟରେ ବଢୁଛି କରୋନା ସଂକ୍ରମଣ, ଧୀରେ ଧୀରେ ଫେରିବାରେ ଲାଗିଛି କଟକଣା
Khabar Odisha:The-state-is-experiencing-a-rise-in-the-number-of-cases-of-coronary-heart-disease
ଭୁବନେଶ୍ୱର, ଜୁଲାଇ ୧(ଖବର ଓଡିଶା):

ରାଜ୍ୟରେ ଗତ କିଛି ଦିନ ହେଲା କରୋନା ସଂକ୍ରମଣ ବଢିବାରେ ଲାଗିଛି । କରୋନା ଦୈନିକ ସଂକ୍ରମଣ ଶହେ ଉପରେ ରହିଥିବା ବେଳେ ଆଜି ୨ ଶହ ଟପିଛି ସଂକ୍ରମଣ । ତେବେ ସଂକ୍ରମଣ ବଢୁଥିବାରୁ ରାଜ୍ୟରେ କରୋନା କଟକଣା ମଧ୍ୟ ଫେରିବା ଆରମ୍ଭ ହୋଇଗଲାଣି । 

ରାଜଧାନୀରେ ଏଣିକି ମାସ୍କ ପିନ୍ଧିବା ବାଧ୍ୟତାମୁଳକ କରାଯାଇଛି । ସର୍ବସାଧାରଣ ସ୍ଥାନରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ଏବଂ ୨ ମିଟର ସାମାଜିକ ଦୁରତ୍ୱ ପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି ।

ସପିଙ୍ଗ ମଲ୍‌, ଦୋକାନରେ ସାମାଜିକ ଦୁରତା ଅବଲମ୍ବନ କରିବାକୁ କୁହାଯାଇଛି । ଏହା ଛଡ଼ା ବାହାରେ ଛେପ ପକାଇବାକୁ ବାରଣ କରାଯାଇଛି ଓ ନିୟମିତ ହାତ ଧୋଇବାକୁ ମଧ୍ୟ ପରାମର୍ଶ ଦିଆଯାଇଛି ।

ତେବେ ଆଜି ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୨୦୪ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୧୧୯ ଜଣ କ୍ୱାରେଣ୍ଟାଇନ୍‌ରୁ ରହିଥିବା ବେଳେ ୮୫ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି ।

  • Tags:

Subscribe

National International State Sports Entertainment