ବିଧାୟକଙ୍କ କଲୋନୀ ପାଇଁ ଗଛ କାଟିବା ପ୍ରସଙ୍ଗ, ହାଇକୋର୍ଟରେ ସତ୍ୟପାଠ ଦାଖଲ କଲେ ରାଜ୍ଯ ସରକାର ଭୁବନେଶ୍ୱର,ଜୁନ ୨୮(ଖବର ଓଡିଶା): Share story: ବିଧାୟକଙ୍କ କ୍ୱାଟର କଲୋନୀ ପାଇଁ ଗଛ କାଟିବା ପ୍ରସଙ୍ଗରେ ଜବାବ ଦାଖଲ କଲେ ରାଜ୍ୟ ସରକାର। ହାଇକୋର୍ଟରେ ଆଜି ଜବାବ ଦାଖଲ କରିଛନ୍ତି ରାଜ୍ୟ ସରକାର। ବୃକ୍ଷ ରୋପଣ ପାଇଁ ସ୍ଥାନ ଚିହ୍ନଟ ହୋଇଛି ଏବଂ ଯେତିକି ଗଛ କଟାଯାଇଛି ତାର ଦୁଇ ଗୁଣା ଗଛ ଲଗାଯିବ ବୋଲି ସରକାରଙ୍କ ପକ୍ଷରୁ ସତ୍ୟପାଠରେ ଦର୍ଶାଯାଇଛି । ଆସନ୍ତା ସେପ୍ଟେମ୍ବର ୭ରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ କୋର୍ଟ ଦିନ ଧାର୍ଯ୍ୟ କରିଥିବା ବେଳେ ପ୍ରତି ଜବାବ ଦାଖଲ କରିବାକୁ ଆବେଦନକାରୀ ଙ୍କୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ସମାଜସେବୀ ଜୟନ୍ତୀ ଦାସଙ୍କ ପକ୍ଷରୁ ରୁଜୁ ହୋଇଥିବା ମାମଲାର ଶୁଣାଣି କରି ସତ୍ୟପାଠ ମାଧ୍ୟମରେ ତଥ୍ୟ ରଖିବାକୁ ପୂର୍ବ ଶୁଣାଣିରେ ସାଧାରଣ ପ୍ରଶାସନ ବିଭାଗ କୁ ନିର୍ଦ୍ଦେଶ ଦେଇଥିଲେ ହାଇକୋର୍ଟ। କେତେ ଗଛ କଟାଯାଇଛି ,କେଉଁ ଉଦ୍ଦେଶ୍ୟରେ କଟାଯାଇଛି, ଏହା ଆଇନ ଅନୁଯାୟୀ କଟାଯାଇଛି କି ନାହିଁ ସମସ୍ତ ତଥ୍ୟକୁ ସତ୍ୟପାଠ ମାଧ୍ୟମରେ ଜଣାଇବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ । ଜୁନ ୨୭ ସୁଦ୍ଧା ସତ୍ୟପାଠ ଦାଖଲ କରିବାକୁ କୋର୍ଟ ନିର୍ଦ୍ଧେଶ ଦେଇଥିଲେ। ଗଛ କାଟିବା ବନ୍ଦ କରିବା ପାର୍ଥନା କରି ସମାଜସେବୀ ଜୟନ୍ତୀ ଦାସ ହାଇକୋର୍ଟ ରେ ଏକ ଜନସ୍ବାର୍ଥ ମାମଲା ରୁଜୁ କରିଥିଲେ।ଗଛ କାଟିବା ବନ୍ଦ କରିବା ସହ କଟାଯାଇଥିବା ଗଛ ଗୁଡିକର କ୍ଷତିପୂରଣ ଦେବାକୁ କୋର୍ଟରେ ପାର୍ଥନା କରିଥିଲେ ଆବେଦନକାରୀ। ଖବର ଓଡ଼ିଶା, Reporter, 28/06/2022