ନିଖୋଜ ପଛର ଜଣା ପଡିଲା କାରଣ । କାହିଁକି ଥିଲେ ନିଖୋଜ କହିଲା ପୋଲିସ । ମାନସିକ ଚାପରୁ ନିଖୋଜ ଥିଲେ କଟକ ବଡମ୍ବା କାନାରା ବ୍ୟାଙ୍କ ମ୍ୟାନେଜର ତପନ କୁମାର ସାହୁ । । ସେ ନିଜ ଇଚ୍ଛାରେ ବିଶାଖାପାଟଣା ପଳାଇଥିବା କଟକ ଆଡିସିନାଲ ଏସପି ସୂଚନା ଦେଇଛନ୍ତି । ତାଙ୍କର ଧାରା ୧୬୧ରେ ବୟାନ ରେକର୍ଡ କରାଯାଇଛି । ତାଙ୍କର କ’ଣ ମାନସିକ ଚାପ ଥିଲା ସେନେଇ ଅଧିକ ତଦନ୍ତ କରାଯାଉଥିବା ପୋଲିସ ସୂଚନା ଦେଇଛି ।
ସୂଚନା ଅନୁଯାୟୀ ଗତକାଲି ରାତିରେ ବିଶାଖାପାଟଣାରୁ ଫେରୁଥିବା ବେଳେ ଗଞ୍ଜାମ ଗୋଳନ୍ଥରା ଥାନା ନିକଟରେ ଥିବା ଗିରିସୋଲା ଗେଟ୍ ନିକଟରୁ ପୋଲିସ ତାଙ୍କୁ ଠାବ କରିଥିଲା । ତପନଙ୍କୁ ଠାବ କରିବା ପରେ ଗୋଳନ୍ଥରା ପୋଲିସ ବୈଦେଶ୍ୱର ଥାନା ପୋଲିସକୁ ହସ୍ତାନ୍ତର କରିଥିଲା । ଗତ ଶନିବାର ଓ ରବିବାର ବ୍ୟାଙ୍କ ଛୁଟି ଥିବାରୁ ତପନ ନିଜ ଘର ବ୍ରହ୍ମପୁର ଯାଇଥିଲେ । ସୋମବାର ବାଇକରେ ଫେରୁଥିବା ବେଳେ ବିଳମ୍ବ ହେବ ବୋଲି ଭାବି ବାଙ୍କୀ କଳାପଥର ଶାଖାକୁ ଯାଇଥିଲେ । ଏହା ପରେ ତାଙ୍କର ଆଉ କୌଣସି ପତ୍ତା ମିଳିନଥିଲା । ମୋବାଇଲ ବି ସୁଇଚ ଅଫ ରହିଥିଲା । ପରିବାର ଲୋକେ ଏ ନେଇ ଥାନାରେ ଅଭିଯୋଗ କରିବା ପରେ ଘଟଣାର ତଦନ୍ତ ଆରମ୍ଭ ହୋଇଥିଲା । ତପନଙ୍କୁ ଖୋଜିବା ପାଇଁ କଟକ ଆଡିସିନାଲ ଏସପିଙ୍କ ନେତୃତ୍ୱରେ ଏକ ଟିମ୍ ଗଠନ କରାଯାଇଥିଲା ।
ଅଧିକ ପଢନ୍ତୁ:- ୩ ଟଙ୍କା ପାଇଁ ୨୫ ହଜାର ଟଙ୍କା ଫାଇନ ଗଣିବେ ଦୋକାନୀ