ଦେଶୀ ମଦ ଭାଟି ଉପରେ ଚଢ଼ାଉ କଲା ପୋଲିସ । ବର୍ତ୍ତମାନ ଅଧିକାଂଶ ସ୍ଥାନରେ ବେଆଇନ ମଦ ବ୍ୟବସାୟ କରାଯାଉଛି । ଯାହା ପୋଲିସ ହାତରେ ଧରା ପଡିଛି । ଖୁଣ୍ଟୁଣୀ ପୁଲିସ ପକ୍ଷରୁ କଣ୍ଡରେଇ ପଞ୍ଚାୟତର କଅଁସର ନିକଟବର୍ତ୍ତି ଜଙ୍ଗଲ ଅଞ୍ଚଳରେ ଚଢାଉ କରାଯାଇଛି । ଚଢ଼ଉବେଳେ ପୋଲିସ ସେମାନଙ୍କ ଠାରୁ ୧ ହଜାର ଲିଟର ପୋଚକୁ ଜବତ କରି ନଷ୍ଟ କରିଛନ୍ତି ।
ସୂଚନା ଅନୁଯାୟୀ,ବର୍ଷବର୍ଷ ଧରି ମଦ ମାଫିଆମାନେ ଯୋଜନାବଦ୍ଧ ଭାବରେ ବିଭିନ୍ନ ପ୍ରଭାବଶାଳୀ ଲୋକମାନଙ୍କୁ ହାତ କରି ଅନାୟସରେ ଚୋରାମଦ ରନ୍ଧନ କରୁଥିଲେ । ଏହାପରେ ବାହାରକୁ ଚାଲାଣ କରୁଥିଲେ । କୌଣସିମତେ ଏହାର ଖବର ପୋଲିସକୁ ମିଳିଥିଲା । ବିଭିନ୍ନ ସମୟରେ ସେଠାରେ ଚଢ଼ାଉ କରାଯାଉଥିବା ବେଳେ ଆକ୍ରମଣର ଶିକାର ହୋଇଥାନ୍ତି ପୋଲିସ । ତେବେ ଗତ ୨ଦିନ ତଳେ ଏଭଳି ଏକ ଅପ୍ରୀତିକର ପରିସ୍ଥିତିର ସାମ୍ନା ହୋଇଥିଲେ ଅବକାରୀ କର୍ମଚାରୀମାନେ । ଏହାପରେ ଆକ୍ରମଣ କରିଥିବା ମାଫିଆଙ୍କୁ ଗିରଫ କରିଛି ପୋଲିସ । ଏଥିସହ ସେମାନଙ୍କଠାରୁ ଦେଶୀ ମଦ ଜବତ କରି ନଷ୍ଟ କରିଦିଆଯାଇଛି ।