ପୁରୀ : ହୁତୁ ହୁତୁ ହୋଇ ଜଳିଲା ପୁରୀ ପୂର୍ତ୍ତବିଭାଗ କାର୍ଯ୍ୟାଳୟ ପଛପଟେ ଥିବା ପୁରୁଣା ବ୍ୟାରିକେଡ। ଲୁହା ଓ ପ୍ଳାଷ୍ଟିକ ଓ କାଠରେ ନିର୍ମିତ ବ୍ୟାରିକେଡ ରେ ନିଆଁ ଲାଗିବାରୁ ସମ୍ପୂର୍ଣ୍ଣ ପରିବେଶ ଧୂଆଁମୟ ହୋଇଯାଇଥିଲା। ଖବର ପାଇ ଅଗ୍ନିଶମ ବାହିନୀ ପହଞ୍ଚି ଘଟଣାସ୍ଥଳରେ ପହଂଚି ନିଆଁକୁ ଆୟତ୍ତ କରିଥିଲେ। ତେବେ ଉକ୍ତ ଅଗ୍ନିକାଣ୍ଡରେ କାହାର କିଛି କ୍ଷତି ଘଟିନାହିଁ। ଏପରିକି ଅଗ୍ନିକାଣ୍ଡ କିପରି ଘଟିଲା ତାହାର ମଧ୍ୟ କୌଣସି ସୂଚନା ମିଳିନାହିଁ।
ସୂଚନା ଅନୁସାରେ, ମଙ୍ଗଳବାର ସକାଳେ ପୂର୍ତ୍ତବିଭାଗ କାର୍ଯ୍ୟାଳୟ ପଛ ପଟରେ ଥିବା ବ୍ୟାରିକେଡରେ ନିଆଁ ଲାଗିଯାଇଥିଲା। ଫଳରେ ପ୍ଳାଷ୍ଟିକ ଓ କାଠରେ ନିର୍ମିତ ବ୍ୟାରିକେଡ ସମ୍ପୂର୍ଣ୍ଣ ଭାବେ ଜଳି ଯାଇଥିଲା। ସ୍ଥାନୀୟ ଲୋକେ ଏହା ଦେଖି ଅଗ୍ନିଶମବାହିନୀକୁ ଖବର ଦେଇଥିଲେ। ଖବର ପାଇ ଅଗ୍ନଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ବ୍ୟାରିକେଡ ନିକଟରେ ଏଲଆଇସି କଲୋନୀ ସରକାରୀ କ୍ବାର୍ଟର୍ସ, ଅତିରିକ୍ତ ଜିଲ୍ଲାପାଳ ଓ ସରକାରୀ ଅଧିକାରୀଙ୍କ କ୍ବାର୍ଟର୍ସ ମଧ୍ୟ ଥିଲା ହେଲେ କାହାର କିଛି କ୍ଷୟକ୍ଷତି ହୋଇ ନାହିଁ। ସମସ୍ତେ ସୁରକ୍ଷିତ ସୂଚନା ରହିଛି।