ଛୁଆ ଜନ୍ମ ହେବାପରେ ହସ୍ପିଟାଲରୁ ମା’ ପାଖରୁ ଗାଏବ ନବଜାତ ଛୁଆ । 10 ମାସ ଗର୍ଭ ଧରି କଷ୍ଟ ଯନ୍ତ୍ରଣା ସହିଥିଲେ ମାଆ ହେଲେ ଛୁଆ ଜନ୍ମ ହେବା ହସ୍ପିଟାଲରୁ ଶିଶୁ ନିଖୋଜ ହୋଇଯାଇଛି । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ମାଲକାନଗିରି ଜିଲ୍ଲା ମାଥିଲି ସବଡିଭିଜନ ମେଡିକାଲରେ । ସୂଚନା ମୁତବାକ ପ୍ରସବ ଯନ୍ତ୍ରଣା ପରେ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହୋଇଥିଲେ ବୀରନପାଲିର କୌଶଲ୍ୟା ନାମୀ ଜଣେ ମହିଳା । ଡାକ୍ତର ତାଙ୍କର ପ୍ରସୂତି କରାଇଥିଲେ । ହେଲ ପ୍ରସୂତି କକ୍ଷରୁ ନବଜାତ ଶିଶୁ ଭଭାନ ହୋଇଯାଇଥିବା ନେଇ ଅଭିଯୋଗ କରିଛନ୍ତି ଆଦିବାସୀ ଦମ୍ପତି । ଘଟଣାକୁ ତନଖିବା ପାଇଁ ସେଠାରେ ମେଡିକାଲ କର୍ତ୍ତୃପକ୍ଷଙ୍କ ସମେତ ସମସ୍ତେ ପହଞ୍ଚିଥିଲେ। କିଏ ନେଲା ଛୁଆକୁ ଏନେଇ ତଦନ୍ତ ଚାଲିଛି। ଅନ୍ୟପଟେ ପରିବାର ଲୋକେ ଘଟଣାକୁ ନେଇ ଦୁଃଖରେ ଥିବା ଜଣାପଡିଛି। ରାଜ୍ୟରେ ଏଘଟଣା ନୂଆ ନୁହେଁ ସତ କାରଣ ପୂର୍ବରୁ ମଧ୍ୟ ଏଭଳି ଘଟଣା ବାରମ୍ୱାର ଘଟୁଥିଲେ ମଧ୍ୟ ଏନେଇ ବଡ ଧରଣର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ। ତେବେ ଅଭିଯୋଗ ପରେ ପୋଲିସ ଏହି ଘଟଣାର ତଦନ୍ତ ଜାରି ରଖିଛି ।