ଭଦ୍ରକରେ ବାପ-ଝିଅ ନଦୀକୁ ଡେଇଁ ପଡ଼ିଥିବା ଘଟଣାରେ ଯାଜପୁର ଜିଲ୍ଲା ତ୍ରିଲୋଚନପୁର ବୁଢାନଦୀରୁ ମିଳିଲା ଗୋଟିଏ ମୃତଦେହ। ଏହି ମୃତଦେହ ଭଦ୍ରକ ଆଖୁଆପଦା ନିକଟ ବୈତରଣୀ ନଦୀକୁ ଡେଇଁ ପଡ଼ିଥିବା ଚନ୍ଦନଙ୍କର ବୋଲି ଅନୁମାନ କରାଯାଉଛି କିନ୍ତୁ ବର୍ତ୍ତମାନ ସୁଦ୍ଧା ନିଖୋଜ କୁନି ଝିଅର ଏପର୍ଯ୍ୟନ୍ତ ପତ୍ତା ମିଳୁନି।
ସୂଚନା ମୁତାବକ , ଯାଜପୁର ଜିଲ୍ଲା ତ୍ରିଲୋଚନପୁର ବୁଢାନଦୀରୁ ମିଳିଲା ଗୋଟିଏ ମୃତଦେହ। ଏହି ମୃତଦେହ ଭଦ୍ରକ ଆଖୁଆପଦା ନିକଟ ବୈତରଣୀ ନଦୀକୁ ଡେଇଁ ପଡ଼ିଥିବା ଚନ୍ଦନଙ୍କର ବୋଲି ଅନୁମାନ କରାଯାଉଛି। ଗତ ୨୭ ତାରିଖ ରାତିରେ ଅଢେଇ ବର୍ଷର କୁନି ଝିଅକୁ ଧରି ବୈତରଣୀ ନଦୀକୁ ଡେଇଁ ପଡ଼ିଥିଲେ ଵାଲିପୋଖରୀ ପଞ୍ଚାୟତ ପରମାନନ୍ଦପୁର ଗାଁର ଚନ୍ଦନ ସାହୁ। ରାତି ୯ଟା ବେଳେ ବାପା-ଝିଅ ବ୍ରିଜ ଉପରୁ ଡେଇଁଥିଲେ । ପୋଲ ଉପରେ ମୋବାଇଲ, ଜୋତା ଓ ବାଇକ ରଖି ଦୁହେଁ ନଦୀ ଉପରକୁ ଡେଇଁ ପଡିଥିଲେ। ଦୁଇ ମାସ ତଳେ ଚନ୍ଦନଙ୍କର ସ୍ତ୍ରୀଙ୍କର ମୃତ୍ୟୁ ହୋଇଥିଲା । ମାନସିକ ଭାରସାମ୍ୟ ହରାଇ ଚନ୍ଦନ ଏଭଳି ଚରମ ନିଷ୍ପତ୍ତି ନେଇଥିବା କୁହାଯାଉଛି। ଘଟଣାସ୍ଥଳରେ ଅଗ୍ନିଶମବାହିନୀ ଓ ଓଡ୍ରାଫ୍ ଟିମ୍ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି ।
ଅଧିକ ପଢନ୍ତୁ ; ଜଣା ପଡିଲା ବ୍ୟାଙ୍କ ମ୍ୟାନେଜର ନିଖୋଜ ପଛର କାରଣ