ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ପବିତ୍ର ସ୍ନାନଯାତ୍ରାର ସିଧା ପ୍ରସାରଣ କରିବ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ
Khabar Odisha:The-State-Information-and-Public-Relations-Department-will-live-broadcast-the-Snana-Purnima
ଭୁବନେଶ୍ୱର, ଜୁନ ୦୨ (ଖବର ଓଡ଼ିଶା):

ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନର ଅନୁରୋଧ କ୍ରମେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ପବିତ୍ର ସ୍ନାନଯାତ୍ରାର ସିଧା ପ୍ରସାରଣ କରିବ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ । ଲାଇଭ କମନ୍ ଫିଡ୍ ବ୍ୟବସ୍ଥାରେ ସବୁ ବୈଦ୍ୟୁତିକ ଗଣମାଧ୍ୟମ ଜରିଆରେ ଭକ୍ତମାନେ ଏହି ସ୍ନାନଯାତ୍ରାର ସିଧା ପ୍ରସାରଣ ଦେଖି ପାରିବେ ବୋଲି ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଏହାବ୍ୟତୀତ ସାମାଜିକ ଗଣମାଧ୍ୟମରେ ମଧ୍ୟ ଏହାର ସିଧା ପ୍ରସାରଣ କରାଯିବ ବୋଲି ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ତେବେ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଏ ନେଇ ସ୍ପଷ୍ଟୀକରଣ ଦିଆଯିବାପରେ ଭକ୍ତ ମନରେ ରହିଥିବା ଦ୍ୱନ୍ଦ ଦୂର ହୋଇଛି ଭକ୍ତମାନେ ଘରେ ବସି ଆରାମରେ ମହାପ୍ରଭୁଙ୍କ ସ୍ନାନ ଯାତ୍ରାର ଧାରାବିବରଣୀ ସିଧା ସଳଖ ଦେଖିପାରିବେ ।

  • Tags:

Subscribe

National International State Sports Entertainment