ପଞ୍ଚାୟତ ନିର୍ବାଚନକୁ ବର୍ଜନ କରିବା ପାଇଁ ମାଓବାଦୀଙ୍କ ଦାବି,ବିଭିନ୍ନ ସ୍ଥାନରେ ଲାଗିଲା ମାଓ ପୋଷ୍ଟର କଣ୍ଟାବାଞ୍ଜି ,ଜାନୁଆରୀ 18(ଖବର ଓଡ଼ିଶା): Share story: ରାଜ୍ୟରେ ପଞ୍ଚାୟତ ନିର୍ବାଚନ ପାଖେଇ ଆସୁଥିବା ବେଳେ ପୁଣି ସକ୍ରିୟ ହୋଇପଡ଼ିଛନ୍ତି ମାଓବାଦୀ । ଗାଁର ବିଭିନ୍ନ ସ୍ଥାନରେ ପୋଷ୍ଟର ମାରି ପଞ୍ଚାୟତ ନିର୍ବାଚନକୁ ବର୍ଜନ କରିବା ଦାବି କରିଛନ୍ତି । ପୋଷ୍ଟରରେ ମଧ୍ୟ ଓଡିଆ ଭାଷାରେ ଲେଖା ହୋଇଛି ଯାହାକୁ ନେଇ ସ୍ଥାନୀୟ ଲୋକମାନେ ଆତଙ୍କିତ ହୋଇ ପଡ଼ିଛନ୍ତି । ଏପରି ଘଟଣା ଘଟିଛି ବଲାଙ୍ଗୀର ଜିଲ୍ଲା ତୁରେକେଲା ଥାନା ସମରସିଂ ଗାଁରେ । ବରଗଡ଼- ମହାସମୁନ୍ଦ ଡିଭିଜନ ପକ୍ଷରୁ ମରାଯାଇଥିବା ପୋଷ୍ଟର କୁ ତୁରେକେଲା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଜବତ କରିଛି । ଏହି ପୋଷ୍ଟରରେ ଲେଖାଯାଇଛି ଯେ ଗାଁରେ ଲୋକମାନେ ଏକଜୁଟ ହୋଇ ନିଜର ସରକାର ଗଠନ କରନ୍ତୁ, ଦୁର୍ନୀତି ଗ୍ରସ୍ତ ମିଛ ନିର୍ବାଚନକୁ ବର୍ଜନ କରିବା , ଗାଁର ବିକାଶ ପାଇଁ କାର୍ଯ୍ୟ କରିବା ଆଦି ଲେଖାଯାଇଛି । ଖବର ଓଡ଼ିଶା, Reporter, 18/01/2022