ଭୁବନେଶ୍ୱର : ଆସନ୍ତା ୮ ତାରିଖରେ ସିଏମ୍ କିଶାନ୍ ଯୋଜନାର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ମୁଖ୍ୟମନ୍ତ୍ରୀ ଦୁଇଦିନିଆ ସମ୍ବଲପୁର ଗସ୍ତରେ ଯାଇ ପବିତ୍ର ନୂଆଖାଇ ଅବସରରେ ସିଏମ୍ କିଶାନ୍ ଯୋଜନାର ଶୁଭାରମ୍ଭ କରିବେ । ଆସନ୍ତା ୮ ତାରିଖରେ ସମ୍ବଲପୁର ସ୍ଥିତ ତପସ୍ୱିନୀ ଅଡିଟୋରିୟମରେ ଏହି ଯୋଜନାର ଶୁଭାରମ୍ଭ ହେବ । ଏହି ଦିନ ମୁଖ୍ୟମନ୍ତ୍ରୀ ସମ୍ବଲପୁର ଗସ୍ତରେ ଯାଇ ମା’ ସମଲେଶ୍ୱରୀଙ୍କ ଦର୍ଶନ କରିବେ ବୋଲି ସୂଚନା ମିଳିଛି । ଉକ୍ତ ଦିନରେ ନୂଆଖାଇ ଭେଟଘାଟରେ ଯୋଗଦେବାର କାର୍ଯ୍ୟକ୍ରମ ମଧ୍ୟ ରହିଛି । ନୂଆଖାଇ ଅବସରରେ ମୁଖ୍ୟମନ୍ତ୍ରୀ ମା'ଙ୍କ ଦର୍ଶନ କରିବା ସହ ନୁଆ ଖାଇବେ ବୋଲି ସୂଚନା ମିଳିଛି । ଆସନ୍ତା ୯ ତାରିଖରେ ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର ଅଭିମୁଖେ ଯାତ୍ରା କରିବେ ।