ଟ୍ରେନ୍ ଧକ୍କାରେ ଚାଲିଗଲା ଶିକ୍ଷକଙ୍କ ଜୀବନ। କୋରାପୁଟ ଜିଲ୍ଲା ସୁକୁ ବ୍ରିଜ ନିକଟରେ ଘଟିଛି ଏହି ହୃଦୟବିଦାରକ ଦୁର୍ଘଟଣା। ମାଲବାହୀ ଟ୍ରେନ ଧକ୍କାରେ ପ୍ରାଣ ହରାଇଛନ୍ତି କୁମାରଗନ୍ଧଣା ହାଇସ୍କୁଲର ଶିକ୍ଷକ ପବିତ୍ର ମୋହନ ସ୍ୱାଇଁ।
ସୂଚନା ଅନୁସାରେ ବୁଧବାର ସନ୍ଧ୍ୟା ପ୍ରାୟ ସାଢ଼େ ୫ଟା ସମୟରେ ସ୍କୁଲରେ ଶିକ୍ଷାଦାନ ସାରି ସେ ନିଜ ମୋଟରସାଇକେଲ ଯୋଗେ କୋରାପୁଟ ଫେରୁଥିଲେ। ସୁକୁ ବ୍ରିଜ ନିକଟରେ ରେଳ ଲାଇନ ପାର ହେଉଥିବା ବେଳେ ହଠାତ୍ ଏକ ମାଲବାହୀ ଟ୍ରେନ ଆସିଯାଇଥିଲା। ଫଳରେ ଟ୍ରେନ ସହ ସିଧାସଳଖ ଧକ୍କା ହୋଇଥିଲା। ଘଟଣାସ୍ଥଳରେ ହିଁ ଶିକ୍ଷକ ପବିତ୍ର ମୋହନ ସ୍ୱାଇଁଙ୍କର ମୃତ୍ୟୁ ଘଟିଥିଲା। ଖବର ପାଇ ସ୍ଥାନୀୟ ଲୋକ ଓ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।