ପୁରୀ : ଜିଲାପାଳଙ୍କ ନିର୍ଦ୍ଦେଶକ୍ରମେ ଦୀର୍ଘ ଦୁଇ ଦିନ ଧରି କୃଷ୍ଣପ୍ରସାଦ ତହସିଲ ଅଧୀନ ଚିଲିକା ହ୍ରଦରୁ ବେଆଇନ ଘେରି ଉଚ୍ଛେଦ କାର୍ଯ୍ୟ ଆରମ୍ଭ ହୋଇଯାଇଛି । ତହସିଲ ପ୍ରଶାସନ ଓ ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ ଙ୍କ ମିଳିତ ସହଯୋଗରେ ଚିଲିକା ଅଞ୍ଚଳରୁ ବେଆଇନ ଘେରି ଉଚ୍ଛେଦ କରାଯାଉଛି।
ବୁଧବାର ବଜ୍ରକୋଟ ରାଜସ୍ୱ ସର୍କଲ ଅଧୀନ ତାଳତଳା ବାହାର ଚିଲିକା ଅଞ୍ଚଳରେ ପ୍ରାୟ ୧୦୦ ଏକର ପରିମିତ ବେଆଇନ ଜାଲ ଘେରିକୁ ପ୍ରଶାସନ ପକ୍ଷରୁ ଉଚ୍ଛେଦ କରାଯାଇଛି ।
ଚିଲିକାକୁ ସମ୍ପୂର୍ଣ୍ଣ ଘେରିମୁକ୍ତ କରି ସୁନ୍ଦର ପରିବେଶ ଗଠନ କରିବା ଉଦ୍ଦେଶ୍ୟରେ ଏହି ଅଭିଯାନ ଚାଲିଥିବା ବେଳେ ଘେରି ଚାଷ ଉପରେ ନିର୍ଭରଶୀଳ ସ୍ଥାନୀୟ ଲୋକମାନଙ୍କ ବେଉସା ଉପରେ ଆଶଙ୍କା ପ୍ରକାଶ ପାଇଛି। ଉଚ୍ଛେଦ ସମୟରେ ଚିଲିକାରେ ଥିବା ଜାଲ ବାଡ଼ , କିଳା, ବାଉଁଶ ଓ ଅନ୍ୟାନ୍ୟ ସାମଗ୍ରୀକୁ ଜବତ କରି ପରେ ନିଆଁ ଲଗାଇ ନଷ୍ଟ କରାଯାଇଛି। ଘେରି ଉଛେଦ ସମୟରେ ପୁଲିସ, ଶ୍ରମିକ ଓ ଭସାପୋଲରେ ଜେସିବ ମେସିନ ନିୟୋଜିତ କରାଯାଇଛି |
ଅନ୍ୟପଟେ ଘେରି ଉଚ୍ଛେଦ ନାଁରେ ପ୍ରହସନ ଚାଲିଥିବା ଅଭିଯୋଗ ହେଉଥିବା କୁହାଯାଇଛି। ଯାହା ଫଳରେ ତହସିଲ ପ୍ରଶାସନ ଅଡୁଆରେ ପଡିଯାଇଛି । ଘେରି ଉଛେଦ ନାଁରେ ପ୍ରହସନ ଚାଲିଥିବାରୁ ଉଚ୍ଚସ୍ତରୀୟ ତଦନ୍ତ ପାଇଁ ଦାବି ହେଉଛି ।