କଳାହାଣ୍ଡି: ଜିଲ୍ଲାର ମଦନପୁର ରାମପୁର ଥାନା ଡି.କର୍ଲାଖୁଣ୍ଟା ପଞ୍ଚାୟତର ସରପଞ୍ଚଙ୍କ ସ୍ୱାମୀଙ୍କୁ ହତ୍ୟା । ସରପଞ୍ଚ ସ୍ନିଗଧା ରଣାଙ୍କ ସ୍ୱାମୀ ତଥା ବିଜେପି ନେତା ଫକୀର ରଣାଙ୍କୁ ଛୁରି ଭୁସି ହତ୍ୟା କରାଯାଇଛି । ମଦନପୁର ରାମପୁର ଥାନା ପୁଲିସ ମୃତଦେହକୁ ଜବତ କରି ତଦନ୍ତ ଆରମ୍ଭ କରିଛି ।
ଗତକାଲି ରାତି ପ୍ରାୟ ସାଢ଼େ ଆଠଟା ସମୟରେ ଫକୀର ରଣା ମ.ରାମପୁରରେ କାମ ସାରି ବାଇକ୍ ଯୋଗେ ନିଜ ଘରକୁ ଫେରିଥିଲେ। ରାତି ପ୍ରାୟ ସାଢ଼େ ୮ଟା ବେଳକୁ କିଛି ଦୁର୍ବୃତ୍ତ ତାଙ୍କୁ ଆସି ଘରୁ ଡାକି ନେଇଥିଲେ । ଏହା ପରେ ଛୁରି ଓ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ । ଫକୀର ରଣାଙ୍କ ଚିତ୍କାର ଶୁଣି ସ୍ଥାନୀୟ ଲୋକ ଧାଇଁ ଆସିଥିଲେ । ତାଙ୍କୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡ଼ିଥିବା ଦେଖି ପରିବାର ଲୋକଙ୍କୁ ଖବର ଦେଇଥିଲେ । ପରିବାର ଲୋକ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ମ.ରାମପୁର ଡାକ୍ତରଖାନାକୁ ଆଣିଥିବାବେଳେ ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ ।
ଅଧିକ ପଢ଼ନ୍ତୁ:- ପଟ୍ଟାମୁଣ୍ଡାଇରେ ଚାଞ୍ଚଲ୍ୟ: ନାବାଳକ ଛାତ୍ରକୁ ନିସ୍ତୁକ ପିଟିବା ପରେ ଅପହରଣ, ଭିଡ଼ିଓ ଭାଇରାଲ
ପୁଲିସ ହସ୍ପିଟାଲରେ ପହଁଚି ମୃତଦେହକୁ ଜବତ କରିଛି । ପୁଲିସ ମାମଲାରେ ଦୁଇ ଜଣଙ୍କୁ ଅଟକ ରଖାଯାଇଛି । ରାଜନୈତିକ ଶତ୍ରୁତା କିମ୍ବା ଠିକା କାମକୁ ନେଇ ରଣାଙ୍କୁ ହତ୍ୟା କରାଯାଇଛି ତାହା ସନ୍ଦେହ ଘେରରେ ଥିବାବେଳେ ପୁଲିସ ତଦନ୍ତ ଆରମ୍ଭ କରିଛି ।