ଭୁବନେଶ୍ୱର: ରାସନ୍ କାର୍ଡ ହିତାଧିକାରୀଙ୍କ ପାଇଁ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ବଡ଼ ସୂଚନା ଦେଇଛନ୍ତି । ଆଜି e-KYC ଯାଞ୍ଚ କରିବାର ଶେଷ ତାରିଖ ବୋଲି ମନ୍ତ୍ରୀ କହିଛନ୍ତି । ଯେଉଁମାନେ ଆଜି e-KYC ନକରିବେ ୩ ମାସ କାର୍ଡ ସସ୍ପେଣ୍ଡ୍ ହେବ ଏହା ସହିତ ୩ ମାସ ଭିତରେ e-KYC କଲେ କାର୍ଡ ପୁନଃ ସଚଳ, ନଚେତ୍ କଟିଯିବ । ଏପର୍ଯ୍ୟନ୍ତ ୨୦ ଲକ୍ଷ ୫୮ ହଜାର e-KYC କରି ନାହାନ୍ତି ବୋଲି ଯୋଗାଣ ମନ୍ତ୍ରୀ ସୂଚନା ଦେଇଛନ୍ତି ।
ରାସନ୍ କାର୍ଡର ସୁବିଧା ଯୋଗ୍ୟ ହିତାଧିକାରୀଙ୍କ ପାଖରେ ପହଞ୍ଚାଇବା ପାଇଁ ସରକାର ନୂଆ ରାସନ୍ କାର୍ଡ ପ୍ରଦାନ କରିବେ । ଯାହାଫଳରେ ଯୋଗ୍ୟ ହିତାଧିକାରୀମାନେ ସମସ୍ତ ସୁବିଧା ପାଇପାରିବେ । e-KYC ଯାଞ୍ଚ ମାଧ୍ୟମରେ ଅଯୋଗ୍ୟ ହିତାଧିକାରୀଙ୍କୁ ବାଦ ଦିଆଯିବ । ପୂର୍ବରୁ ଯୋଗାଣ ମନ୍ତ୍ରୀ କହିଥିଲେ ଯେ, " ରାସନ୍ କାର୍ଡରୁ ଓଡ଼ିଶାରେ ରହୁଥିବା ପାକିସ୍ତାନୀ, ବାଂଲାଦେଶୀମାନଙ୍କର ନାମ କଟାଯିବ । ଏନେଇ ପ୍ରତି ଜିଲ୍ଲାର ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା ।