ହଠାତ୍ ସ୍କୁଲରେ ଅସୁସ୍ଥ ହେଲେ ଛାତ୍ରୀ । ସବୁଦିନ ପରି ଆରମ୍ଭ ହେଇଥିଲା ସ୍କୁଲ ଆଉ ଚାଲିଥିଲା ପାଠପଢା। ଏହି ସ୍କୁଲ ଚାଲିଥିବା ବେଳେ ଏକାଥରେ ଅସୁସ୍ଥ ହେଲେ ପ୍ରାୟ୧୭ ଛାତ୍ରୀ । ଏଭଳି ଏକ ଅଭାବନୀୟ ଘଟଣା କେନ୍ଦ୍ରାପଡ଼ା ଜିଲ୍ଲା ଆଳି ବ୍ଲକ ସିଙ୍ଗିରି ଚକ୍ରଧର ସରକାରୀ ହାଇସ୍କୁଲରୁ ଆସିଛି।
ପାଖାପାଖି ଦିନ ୧୨ଟା ସମୟ ପାଖାପାଖି କ୍ଲାସ୍ ଚାଲିଥିବା ବେଳେ ଶ୍ରେଣୀରେ ପ୍ରଥମେ ୫ ଜଣ ବେହୋସ୍ ହୋଇଥିଲେ ପରେ ଏମିତି ଆଉ ୧୨ଜଣ ଛାତ୍ରୀ ଅସୁସ୍ଥ ହୋଇପଡିଥିଲେ । ଛାତ୍ରୀମାନେ ନିଶ୍ବାସ ନେବାରେ କଷ୍ଟ ଅନୁଭବ ହେବାରୁ ବିଦ୍ୟାଳୟ ଶିକ୍ଷକ ମାନେ ସେମାନଙ୍କୁ ଅଫିସ ରୁମରେ ବସାଇ ମେଡିକାଲ ଟିମ ଡକାଇ ଥିଲେ । ସ୍ୱାସ୍ଥ୍ୟ ବିଭାଗ ଟିମ ସ୍କୁଲରେ ପହଞ୍ଚି ପ୍ରାଥମିକ ଚିକିତ୍ସା କରି ଆଳି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଇଥିଲେ ।
ସୂଚନା ଯୋଗ୍ୟ ଗତ ଦୁଇଦିନ ତଳେ ଜଣେ ଛାତ୍ରୀଙ୍କର ଏପରି ଅବସ୍ଥା ହୋଇଥିଲା। ତେବେ ପୁନର୍ବାର ସ୍କୁଲରେ ଏଭଳି ଘଟଣା ପାଇଁ ଚିନ୍ତା ବ୍ୟକ୍ତ କରିଛନ୍ତି ଅଭିଭାବକ ଓ ଶିକ୍ଷକ ।