ଭୁବନେଶ୍ୱର: ରାଜ୍ୟରେ ପୁଣି ବଢିବ ତାତି । ଆସନ୍ତାକାଲି ଠାରୁ ରାଜ୍ୟରେ ତାପମାତ୍ରା ବଢିବାର ସମ୍ଭାବନା ରହିଛି । ଗତକାଲି ଟ୍ୱିନ ସିଟି ସମେତ ରାଜ୍ୟର ଅଧିକାଂଶ ସ୍ଥାନରେ ସୂର୍ଯ୍ୟଙ୍କ ଉତ୍ତାପ ଦେଖିବାକୁ ମିଳିଥିଲା । ବର୍ଷା ପରେ ଅସହ୍ୟ ତାତି ଓ ଗୁଳୁଗୁଳିରେ ରାଜ୍ୟବାସୀ ହନ୍ତସନ୍ତ ହେବେ ।
ଏହି ତାତି ମଧ୍ୟରେ ଆଭ୍ୟନ୍ତରୀଣ ଓଡ଼ିଶା, ଉପକୂଳ ଓଡ଼ିଶା ସମେତ ଅନେକ ସ୍ଥାନରେ ହାଲୁକାରୁ ମଧ୍ୟମଧରଣର ବର୍ଷା ହେବାର ସମ୍ଭାବନା ରହିଛି । ଆସନ୍ତାକାଲି ମୟୂରଭଞ୍ଜ, ବାଲେଶ୍ବର ଓ ଭଦ୍ରକ ଜିଲ୍ଲାରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହେବା ପାଇଁ ୩ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଆଗାମୀ ୫ରୁ ୬ ଦିନ ମଧ୍ୟରେ ରାଜ୍ୟରେ ୨ରୁ ୪ ଡିଗ୍ରି ତାପମାତ୍ରା ବୃଦ୍ଧିପାଇବ। ପାଗ ମଧ୍ୟ ଶୁଖିଲା ରହିବ । ଟ୍ୱିନ ସିଟି ସମେତ ରାଜ୍ୟର ଅଧିକାଂଶ ସ୍ଥାନରେ ବିଜୁଳି, ଘଡଘଡି ସହ ବର୍ଷା ହୋଇଥିଲା । ଫଳରେ ତାତିରୁ ରାଜ୍ୟବାସୀଙ୍କୁ ଆଶ୍ବସ୍ତି ମିଳିଥିଲା । କିନ୍ତୁ ଏବେ ରାଜ୍ୟରେ ତାତି ରେକର୍ଡ ଭାଙ୍ଗିବ ।