କଳିଙ୍ଗା ଘାଟିରେ ପୁଣି ଦୁର୍ଘଟଣା: ଟ୍ରକ ଓ ବସ ମଧ୍ୟରେ ଧକ୍କା ହେଲା, ୫ ଜଣ ଗୁରୁତର
Khabar Odisha:State-Once-again-accident-in-Kalinga-ghati-5-injured-persons-admitted-to-Bhanjanagar-hospital

ଭୁବନେଶ୍ୱର, ଜୁନ ୦୬ (ଖବର ଓଡ଼ିଶା): ଦୁର୍ଘଟଣାର ପିଛା ଛାଡୁନାହିଁ କଳିଙ୍ଗା ଘାଟି । ଶୁକ୍ରବାର ବିଳମ୍ବିତ ରାତିରେ ପୁଣି ଦୁର୍ଘଟଣା ଘଟିଛି । ଟ୍ରକ ଓ ବସ ମଧ୍ୟରେ ଧକ୍କା ହେବାରୁ ୫ ଜଣ ଗୁରୁତର ହୋଇଛନ୍ତି । ଗୁରତରମାନେ ହେଲେ ଟ୍ରକ ଚାଳକ ତାରାକାନ୍ତ ଗିରି (୩୬), ବସ ଡ୍ରାଇଭର ମୁକୁନ୍ଦ ଭୈଶଲ (୪୮), କଣ୍ଡକ୍ଟର ଯଦୁମଣି ମାର(୩୦, ହେଲପର ଅଶୋକ ରଣା (୩୫) ଓ ଆନନ୍ଦ ଦଳେଇ (୧୫) । 

ସୂଚନା ଅନୁସାରେ କନ୍ଧମାଳ ଓ ଗଂଜାମ ସୀମାରେ କଳିଙ୍ଗା ଘାଟିରେ ଖୁଦ ବୋଝେଇ ଟ୍ରକ ସହ ଏକ ଖୁଦ ବୋଝେଇ ଟ୍ରକର ଧକ୍କା ହୋଇଥିଲା । ଟ୍ରକଟି ଘାଟି ତଳକୁ ଖସୁଥିବା ବେଳେ ବୁଲାଣିରେ ବସକୁ ଧକ୍କା ମାରିଥିଲା । ଫଳରେ ଡାହାଣ ପାଶ୍ୱର୍କୁ ଓଲଟିପଡ଼ିଥିଲା । ଆହତମାନଙ୍କୁ ଗଂଜାମ ଜିଲ୍ଲାର ଭଂଜନଗର ଉପଖଣ୍ଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ବ୍ରହ୍ମପୁରରୁ ପ୍ରାୟ ୫୦ ଜଣ ଯାତ୍ରୀଙ୍କୁ ନେଇ ବସଟି ହରିଶଙ୍କର ଯାଉଥିବା ବେଳେ ବଲାଙ୍ଗୀର ଜିଲ୍ଲାର ପାଟଣାଗଡ଼ରୁ ଖୁଦ ନେଇ ଟ୍ରକଟି ଦିଗପହଣ୍ଡି ଯାଉଥିଲା । 

ସୂଚନାଯୋଗ୍ୟ, କଳିଙ୍ଗା ଘାଟିରେ ବାରମ୍ବାର ଦୁର୍ଘଟଣା ଘଟୁଛି । ପ୍ରଶସ୍ତ ସଡ଼କ ଥିଲେ ମଧ୍ୟ ଚାଳକମାନେ ସାବଧାନତାର ସହିତ ଘାଟିରେ ଗାଡ଼ି ଚଳାଉ ନଥିବାରୁ ବାରମ୍ବାର ଦୁର୍ଘଟଣା ଘଟୁଥିବା ସ୍ଥାନୀୟ ଲୋକେ ଚର୍ଚ୍ଚା କରୁଛନ୍ତି । 

 

  • Tags:

Subscribe

National International State Sports Entertainment