କେନ୍ଦୁଝର: ଜଙ୍ଗଲରୁ ପୁଣି ନବଜାତ ଶିଶୁପୁତ୍ର ଉଦ୍ଧାର, ହସ୍ପିଟାଲରେ ଭର୍ତ୍ତି କଲେ ଲୋକେ
Khabar Odisha:State-New-born-boy-child-rescued-again-in-Keonjhar-admitted-to-district-headquarter-hospital

ନୂଆଦିଲ୍ଲୀ, ଜୁନ ୦୬ (ଖବର ଓଡ଼ିଶା): କେନ୍ଦୁଝରରେ ଜଙ୍ଗଲରୁ ପୁଣି ଥରେ ନବଜାତ ଶିଶୁପୁତ୍ର ଉଦ୍ଧାର ହୋଇଛି । ବିଗତ ୪୮ ଘଣ୍ଟା ମଧ୍ୟରେ ଏହା ହେଉଛି ୨ୟ ଘଟଣା । ବାରମ୍ବାର ଏଭଳି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ନାନା ଚର୍ଚ୍ଚା ହେଉଛି । ସୂଚନା ଅନୁସାରେ ସଦର ଥାନା ଅନ୍ତର୍ଗତ ଶିଙ୍କର ପଂଚାୟତର ପୋଟଳ ଗାଁ ନିକଟରେ ଥିବା ଜଙ୍ଗଲରେ ଏକ ଶିଶୁ କାନ୍ଦୁଥିବାର କିଛି ଲୋକ ଦେଖିଥିଲେ । ସେମାନେ ସେଠାରୁ ଶିଶୁପୁତ୍ରକୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଛନ୍ତି । 

ସୂଚନାଯୋଗ୍ୟ, କେନ୍ଦୁଝର ଜିଲ୍ଲାର ଟାଉନ ଥାନା ଅନ୍ତର୍ଗତ ସିଲୁଆଁ ଛକ ନିକଟରେ ଥିବା ଏକ ବୁଦା ଭିତରୁ ଗୁରୁବାର ମଧ୍ୟ ଜଣେ ନବଜାତ ଶିଶୁପୁତ୍ର ଉଦ୍ଧାର ହୋଇଥିଲା । ସିଲୁଆଁ ଛକ ଦେଇ ଯାଉଥିବା ଲୋକେମାନେ ଏକ ଶିଶୁ କାନ୍ଦିବାର ସ୍ୱର ଶୁଣିବାକୁ ପାଇଥିଲେ । ଶିଶୁର କାନ୍ଦ ଶୁଣିବା ପରେ ଲୋକେ ଜଙ୍ଗଲ ଭିତରେ ଥିବା ଏକ ବୁଦା ନିକଟକୁ ଯାଇଥିଲେ । ସେଠାରେ ନବଜାତ ଶିଶୁପୁତ୍ର ଥିଲା ।  

ତେବେ ଜଣେ ମହିଳା ଶିଶୁପୁତ୍ରକୁ ଜନ୍ମକରି ଜଙ୍ଗଲରେ ଫିଙ୍ଗି ଦେଇ ଚାଲିଦେଇଥିବା କଥା କୁହାଯାଉଛି । ଲୋକ ଲଜ୍ୟାକୁ ସହ୍ୟ ନ କରିପାରି କେହି ଜଣେ ମହିଳା ଅଥବା ଯୁବତୀ ଏଭଳି କରିଥିବା ଚର୍ଚ୍ଚା ହେଉଛି । ରାଜ୍ୟରେ ଜଙ୍ଗଲରୁ ଓ ପରିତ୍ୟକ୍ତ ସ୍ଥାନରୁ ନବଜାତ ଶିଶୁପୁତ୍ର ଓ ଶିଶୁକନ୍ୟା ଉଦ୍ଧାର ହେବା ନୂଆ ଘଟଣା ନୁହେଁ । ରାଜ୍ୟରେ ଏଭଳି ଘଟଣା ବାରମ୍ବାର ଘଟୁଛି । 

 

  • Tags:

Subscribe

National International State Sports Entertainment