ବଲାଙ୍ଗୀରରେ ନୃଶଂସ ହତ୍ୟା: ଦାଦା-ଖୁଡ଼ିକୁ ହାଣି କୂଅରେ ଫିଙ୍ଗିଦେଲା ପୁତୁରା
Khabar Odisha:State-Double-murder-in-Balangir-district-Nephew-killed-uncle-and-aunt-in-Bangomunda-area

ଭୁବନେଶ୍ୱର, ଜୁନ ୦୬ (ଖବର ଓଡ଼ିଶା): ବଲାଙ୍ଗୀର ଜିଲ୍ଲାର ବଙ୍ଗୋମୁଣ୍ଡା ଥାନା ଅଂଚଳରେ ନୃଶଂସ ହତ୍ୟାକାଣ୍ଡ ଘଟିଥିବା ଜଣାଯାଇଛି । ଦାଦା-ଖୁଡ଼ିକୁ ଧାରୁଆ ଅସ୍ତ୍ରରେ ହାଣି କୂଅରେ ଫିଙ୍ଗି ଦେଇଛି ପୁତୁରା । ବିଶ୍ୱସ୍ତ ସୂତ୍ରରୁ ସୂଚନା ପାଇଁ ପୋଲିସ ଘଟଣାସ୍ଥଳରେ ପହଞ୍ଚି କୂଅ ଭିତରୁ ୨ଟି ମୃତଦେହ ଉଦ୍ଧାର କରି ଅଭିଯୁକ୍ତ ପୁତୁରାକୁ ଅଟକ ରଖିଥିବା ଜଣାପଡ଼ିଛି । 

ସୂଚନା ଅନୁସାରେ ବଙ୍ଗୋମୁଣ୍ଡା ଥାନା ଅନ୍ତର୍ଗତ କୁଟ୍ରାବେଡା ଗାଁରେ ଗତକାଲି ରାତିରେ ଏହି ଅଭାବନୀୟ ଘଟଣା ଘଟିଛି । ଜମିବାଡ଼ିକୁ କେନ୍ଦ୍ର କରି ଦୁଇ ଭାଇଙ୍କ ମଧ୍ୟରେ ବହୁ ଦିନ ହେଲା ବିବାଦ ଲାଗିଥିବା ବେଳେ ଗତକାଲି ପୁତୁରା ନିଜର ଦାଦା-ଖୁଡ଼ିକୁ ସବୁଦିନ ପାଇଁ ଶେଷ କରିବାକୁ ନିଷ୍ପତ୍ତି ନେଇଥିଲା । ଅଧରାତିରେ ସେ ଦାଦା-ଖୁଡ଼ିକୁ ଧାରୁଆ ଅସ୍ତ୍ରରେ ହାଣି ଫିଙ୍ଗି ଦେଇଥିଲା । ସୂଚନା ପାଇ ପୋଲିସ ଆଜି ଭୋର ସକାଳୁ ଘଟଣାସ୍ଥଳକୁ ପହଞ୍ଚି ମୃତଦେହ ଉଦ୍ଧାର କରିଥିଲା । ତେବେ ପୋଲିସ ଅଭିଯୁକ୍ତ ପୁତୁରାକୁ ଥାନାକୁ ନେଇ ପଚାରାଉଚରା କରୁଛି । ଜମିବାଡ଼ିକୁ ନେଇ ଏହି ହତ୍ୟାକାଣ୍ଡ ହୋଇଥିବା ଚର୍ଚ୍ଚା ହେଉଛି । 

 

  • Tags:

Subscribe

National International State Sports Entertainment